ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଋଣ ଚିନ୍ତାରେ ସିରିଏଲ ଅଭିନେତା ଗୁରୁଚରଣ ସିଂହ, କେହି ସାହାଯ୍ୟ କରୁନଥିବା କହିଲେ ଘନିଷ୍ଠ ବନ୍ଧୁ

Published By : Anindita Ratha | January 11, 2025 2:29 PM

ନୂଆଦିଲ୍ଲୀ,୧୧/୦୧:  'ତାରକ ମେହତା କା ଉଲଟା ଚଷମା' ସିରିଏଲରେ ରୋଶନ ସିଂହ ସୋଢ଼ି ଭୂମିକାରେ ଅଭିନୟ କରିଥିବା ଗୁରୁଚରଣ ସିଂହଙ୍କ ଅବସ୍ଥା ଶୋଚନୀୟ । ଗୋଟିଏ ପଟେ ସେ ସ୍ବାସ୍ଥଗତ ସମସ୍ୟା ଯୋଗୁଁ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟପଟେ ଋଣ ଚିନ୍ତା । ଏନେଇ ତାଙ୍କ  ଘନିଷ୍ଠ ବନ୍ଧୁ ଭକ୍ତି ସୋନି ପ୍ରକାଶ କରିଛନ୍ତି ଯେ ଗୁରୁଚରଣଙ୍କ କୋଟି କୋଟି ଟଙ୍କାର ଋଣଭାର ଅଛି। ଆଉ ଏହି ସମୟରେ ତାଙ୍କର ପରିବାର ସମେତ କେହି ତାଙ୍କୁ ସାହାଯ୍ୟ କରୁ ନ ଥିବା ସେ କହିଛନ୍ତି  । 

ଗୁରୁଚରଣ ସିଂହଙ୍କ ଘନିଷ୍ଠ ବନ୍ଧୁ ଭକ୍ତ ସୋନି ତାଙ୍କ ଆର୍ଥିକ ଅବସ୍ଥା ବିଷୟରେ ଇଟାଇମ୍ସକୁ କହିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, “ତାଙ୍କର ପାଖାପାଖି ୧.୨ କୋଟି ଟଙ୍କାର ଋଣ ଭାର ଥିଲା। ଯଦିଓ ତାଙ୍କ ପିତାଙ୍କର ୫୫ କୋଟିର  ସମ୍ପତ୍ତି ରହିଛି। କିନ୍ତୁ ଦୁର୍ଭାଗ୍ୟବଶତଃ ଏକ ବିବାଦ ଚାଲିଥିବାରୁ କାରଣ ଭଡ଼ାରେଥିବା ଲୋକମାନେ ସମ୍ପତ୍ତି ଖାଲି କରୁନାହାଁନ୍ତି । ଯଦି ଏହି ସମସ୍ୟାର ସମାଧାନ ହୁଏ ଏବଂ ସମ୍ପତ୍ତି ବିକ୍ରି ହୋଇପାରିବ, ତେବେ ସେମାନେ ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । ତେବେ ସିଂଙ୍କ ବନ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିନେତା ତାଙ୍କର ସମସ୍ତ ସଞ୍ଚୟକୁ ଶେଷ କରି ଦେଇଛନ୍ତି । ଯେତେବେଳେ ତାଙ୍କୁ ସାହାଯ୍ୟର ଆବଶ୍ୟକ ଅଛି ସେତେବେଳେ ତାଙ୍କ ପରିବାର ସଦସ୍ୟଙ୍କ ସମେତ କେହି ତାଙ୍କୁ ସାହାଯ୍ୟ କରୁ ନାହାଁନ୍ତି। କେବଳ ମୋ ଭଳି ବନ୍ଧୁ ଏବଂ ଦିଲ୍ଲୀର ଜଣେ ବନ୍ଧୁ ହିଁ ତାଙ୍କୁ ଆର୍ଥିକ ସହାୟତା କରୁଛନ୍ତି।

ପ୍ରକାଶ ଥାଉକି, ଜୁଲାଇ ୨୦୨୪ରେ ଗୁରୁଚରଣ ସିଂହ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କହିଥିଲେ ।  ବମ୍ବେ ଟାଇମ୍ସ ସହ କଥାବାର୍ତ୍ତା କରି ସେ କହିଥିଲେ ଯେ, ୨୦୨୦ ରେ କରୋନା ଭାଇରସ୍ ମହାମାରୀ ସମୟରେ ସେ ମୁମ୍ବାଇ ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଅବଶ୍ୟ, ବିଭିନ୍ନ କାରଣରୁ ଏହା ସଫଳ ହୋଇପାରିଲା ନାହିଁ । ଯେଉଁଥିପାଇଁ ସେ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।ସେ ଆହୁରି ମଧ୍ୟ କହିଥିଲେ ଯେ , 'ମୁଁ ଇଣ୍ଡଷ୍ଟ୍ରିର ଲୋକଙ୍କୁ ମୋତେ ସହାୟତା କରିବାକୁ କହୁଛି। ମୁଁ ଫେରି ଆସିଛି ଏବଂ ବହୁତ କାମ କରିବାକୁ ଚାହୁଁଛି । ମୋର ସମସ୍ତ ଋଣ ମଧ୍ୟ ଗୋଟିଏ ପରେ ଗୋଟିଏ ପରିଶୋଧ କରିବାକୁ ଚାହୁଁଛି । ଯାହା ମୋ କାମ ମାଧ୍ୟମରେ ହୋଇପାରିବ ଏବଂ ମୁଁ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ।'  



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.