ପ୍ରମୂଖ ଖବର
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ପରିବାର ସହ କଥା ହେବାକୁ ଚାହୁଁଛି ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା, NIA ସ୍ୱତନ୍ତ୍ର କୋର୍ଟରେ କରିଛି ଆବେଦନ…

Published By : Prameya | April 21, 2025 7:58 PM

Image source: TV9

ନୂଆଦିଲ୍ଲୀ: ପରିବାରକୁ ଝୁରୁଛି ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହବୁର ରାଣା। ସେ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହେବାକୁ ଚାହୁଁଛି ଏବଂ ଏଥିପାଇଁ ସେ NIA ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛି । ସମ୍ପ୍ରତି ତାଙ୍କୁ ଆମେରିକାରୁ ଭାରତ ଅଣାଯାଇଥିଲା।

ରାଣାର ଆବେଦନ ଉପରେ ଦିଲ୍ଲୀର ଜଣେ ବିଚାରପତି ନୋଟିସ ଜାରି କରିଛନ୍ତି ଏବଂ ଜାତୀୟ ତଦନ୍ତ ସଂସ୍ଥା (NIA) ଠାରୁ ଜବାବ ମାଗିଛନ୍ତି। ସ୍ୱତନ୍ତ୍ର NIA କୋର୍ଟ ୨୩ ଏପ୍ରିଲରେ ଏହି ମାମଲାର ଶୁଣାଣି କରିବେ। ରାଣା ତାର ଓକିଲଙ୍କ ମାଧ୍ୟମରେ ସ୍ୱତନ୍ତ୍ର ବିଚାରପତି ହରଦୀପ କୌରଙ୍କ ନିକଟରେ ଏକ ଆବେଦନ ଦାଖଲ କରିଛି । ସୂଚନାଯୋଗ୍ୟ ଯେ ରାଣାକୁ ଭାରତ ଫେରାଇ ଆଣିବା ପରେ, ବିଳମ୍ବିତ ରାତିରେ କୋର୍ଟର ନିଷ୍ପତ୍ତି ଅନୁଯାୟୀ ତାକୁ ୧୮ ଦିନିଆ NIA ହେପାଜତକୁ ପଠାଯାଇଥିଲା।

ଆତଙ୍କବାଦୀ ରାଣାକୁ NIA ମୁଖ୍ୟାଳୟ ଭିତରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ଏବଂ ସିସିଟିଭି ମାଧ୍ୟମରେ ତା ଉପରେ ନଜର ରଖାଯାଇଛି। ରାଣାକୁ ଶାକାହାରୀ ଖାଦ୍ୟ ଦିଆଯାଉଛି ଏବଂ ତାକୁ ପର୍ଯ୍ୟାପ୍ତ ସମୟ ଶୋଇବାକୁ ଦିଆଯାଉଛି। ଏହା ସହିତ, ଅଧିକାରୀ ମାନେ ବିଶେଷ ଧ୍ୟାନ ଦେଇଛନ୍ତି ଯେ, ସେ ନିଜକୁ ଯେପରି କୌଣସି କ୍ଷତି ନ ପହଞ୍ଚାଉ।

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.