ନୂଆଦିଲ୍ଲୀ: ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡେଭିଡ ହେଡଲେ ଏବଂ ମୁମ୍ୱାଇ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତାହାୱୁର ହୁସେନ ରାଣା ସହ ଯୋଗଯୋଗରେ ଥିଲା ବୋଲି ଜାତୀୟ ଚଦନ୍ତକାରୀ ସଂସ୍ଥା(ଏନଆଇଏ)ର ତଥ୍ୟରୁ ଜଣାପଡିଛି। ୨୦୦୮ ମସିହାରେ ହୋଇଥିବା ୨୬/୧୧ ଆକ୍ରମଣ ସମୟରେ ଡେଭିଡ ଭାରତକୁ ଆସିଥିବା ବେଳେ ସେ ତାହାୱୁର ରାଣାକୁ ୨୩୧ ଥର କଲ କରିଥିଲା ବୋଲି ଉଲ୍ଲେଖ ରହିଛି। ଏନେଇ ଏନଆଇଏର ଏକ ଡକ୍ୟୁମେଣ୍ଟ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ହାତରେ ଲାଗିିଛି।
ଡେଭିଡ ୨୦୦୬ ମସିହା ସେପ୍ଟେମ୍ବର ୧୪ ତାରିଖରେ ପ୍ରଥମ କରି ଭାରତ ଗସ୍ତରେ ଆସିଥିଲା। ଏହି ସମୟକାଳରେ ସେ ରାଣା ସହ ମୋ୍ ୩୨ ଥର କଥା ହୋଇଥିବା ଜଣାପଡିଛି। ଆପଣଙ୍କୁ ଜଣାଇରଖୁ ଯେ ରାଣା ଏକ ପାକିସ୍ଥାନୀ ବଂଶୋଭବ କାନାଡିଆନ ନାଗରିକ। ସେ ଡେଭିଡ ସହ ମୁମ୍ୱାଇରେ ହୋଇଥିବା ୨୬/୧୧ ଆକ୍ରମଣ ପାଇଁ କାମ କରିଥିଲା। ଯେଉଁଥିରେ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ। ଭାରତକୁ ନିଜର ଦ୍ୱିତୀୟ ଗସ୍ତ ସମୟରେ ଡେଭିଡ ରାଣାକୁ ୨୩ ଥର, ତୃତୀୟ ଗସ୍ତ ସମୟରେ ୪୦ ଥର, ପଞ୍ଚମ ଗସ୍ତ ସମୟରେ ୩୭ ଥର, ଷଷ୍ଟ ଗସ୍ତ ସମୟରେ ୩୩ ଥର ଓ ଅଷ୍ଟମ ଗସ୍ତ ସମୟରେ ମୋଟ୍ ୬୬ ଥର କଲ କରିଥିବା ଜଣାପଡିଛି।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଜେଲରେ ସଜା କାଟୁଥିବା ରାଣାକୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ। ପିଏମ ମୋଦିଙ୍କ ଅନୁରୋଧ ରକ୍ଷାକରି ଆମେରିକା ରାଣାକୁ ଭାରତକୁ ଫେରାଇବାକୁ ରାଜି ହୋଇଥିଲା। ତେବେ ଶେଷରେ ଆସନ୍ତାକାଲି ଅର୍ଥାତ ଗୁରିବାର ଦିନ ୨୬/୧୧ ଆକ୍ରମଣର ଅନ୍ୟତମ ମୁଖ୍ୟ ଅପରାଧୀ ଭାରତରେ ପହଞ୍ଚିବ। ଆଉ ଏହାପରେ ସେ ଭାରତର ଆଇନଗତ ପ୍ରକ୍ରିୟାର ସାମ୍ନା କରିବ ବୋଲି ଜମାପଡିଛି।
ଡେଭିଡ ପାଇଁ ଭିସା ପାଇବାଠାରୁ ଆରମ୍ଭ କରି ତାର ବାରମ୍ବାର ଭାରତ ଗସ୍ତ ସମୟରେ ତାକୁ ସମସ୍ତ କାର୍ଯ୍ୟରେ ରାଣା ସାହାଯ୍ୟ କରୁଥିଲା। ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଦ୍ୱାରା ପ୍ରାପ୍ତ କୋର୍ଟ ରେକର୍ଡ ରେ, ତାହାୱୁର ହୁସେନ ରାଣା ବିରୁଦ୍ଧରେ ଏନଆଇଏ ଏକାଧିକ ମାମଲା ରୁଜୁ କରିଥିବା ଜଣାପଡିଛି।