ନୂଆଦିଲ୍ଲୀ,୧।୧:  ଭାରତକୁ ବଡ଼ ସଫଳତା। ମୁମ୍ବାଇ ୨୬/୧୧ ଆକ୍ରମଣ ଘଟଣା ଅଭିଯୁକ୍ତ ତହବୁର ରାଣାର ପ୍ରତ୍ୟର୍ପଣ ରାସ୍ତା ଫିଟିଲା। ଆମେରିକା ଦେଲା ସବୁଜ ସଙ୍କେତ। ଖୁବ୍ ଶୀଘ୍ର ଭାରତ ଅଣାଯିବ ରାଣା। ଏବେ ଭାରତ ମଧ୍ୟ ତା’ର ପ୍ରତ୍ୟର୍ପଣ ପ୍ରକିୟାକୁ ଆହୁରି ଦ୍ରୁତ କରିଛି।

ଆମେରିକାରେ ଭାରତକୁ ବଡ଼ ସଫଳାତ। ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣିବାର ରାସ୍ତ ସଫା। ରାଣା ପ୍ରତ୍ୟର୍ପଣ ପାଇଁ ଆମେରିକାର କୋର୍ଟ ଦେଇଛନ୍ତି ସବୁଜ ସଙ୍କେତ। ଆମେରିକା କୋର୍ଟ ଅଗଷ୍ଟ ୨୦୨୪ ରେ ରାୟ ଶୁଣାଇ ଭାରତ-ଆମେରିକା ପ୍ରତ୍ୟର୍ପଣ ସନ୍ଧି ଅନୁସାରେ ରାଣାକୁ ପଠାଇବାର ମଞ୍ଜୁରୀ ଦେଇଛନ୍ତି। ଏବେ ଭାରତ ତାକୁ ଖୁବ୍ ଶୀଘ୍ର ଆଣିବାର ପକ୍ରିୟା ଦ୍ରୁତ କରିଛି। ରାଣା ଉପରେ ଅଭିଯୋଗ ରହିଛି ସେ ୨୬/୧୧ ମାଷ୍ଟର ମାଇଣ୍ଡ ଡେଭିଡ୍ କୋଲମ୍ୟାନ୍‌ ହେଡଲିର ସାହାଯ୍ୟ କରିଥିଲା। ହେଡଲି ମୁମ୍ବାଇରେ ରେକି କରିଥିଲା। କେବଳ ସେତିକି ନୁହେଁ ରାଣା ଆଇଏସଆଇ ଓ ଲସ୍କରର ସକ୍ରିୟ ସଦସ୍ୟ। ଏନେଇ ଆମେରିକା କୋର୍ଟ ନିକଟରେ ଭାରତ ସାକ୍ଷ୍ୟ ଓ ପ୍ରମାଣ ଦେବାରେ ସଫଳ ହୋଇଥିଲା। ଯାହାଫଳରେ ରାଣାର ସମ୍ପୃକ୍ତି ସ୍ପଷ୍ଟ ହୋଇଛି।