ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ତାଜମହଲରେ ୩ ଦିନ ଫ୍ରି ଏଣ୍ଟ୍ରି, ଶାହାଜାହାନ-ମୁମତାଜଙ୍କ କବର ଦେଖିବାକୁ ମିଳିବ ସୁଯୋଗ

Published By : Rasmita Pradhan | January 24, 2025 1:12 PM

ନୂଆଦିଲ୍ଲୀ, ୨୪/୦୧ : ତାଜମହଲରେ ତିନି ଦିନ ଫ୍ରି ଏଣ୍ଟ୍ରି। ଜାନୁଆରୀ ୨୬ ରୁ ୨୮ ଯାଏଁ ତାଜମହଲରେ ନିଃଶୁଳ୍କରେ କରିପାରିବେ ପ୍ରବେଶ। ମୋଗଲ ବାଦଶାହା ଶାହାଜାହାନଙ୍କ ୩୭୦ତମ ମୃତ୍ୟୁ ବାର୍ଷିକୀ ଅବସରରେ ପର୍ଯ୍ୟଟକଙ୍କ ପାଇଁ ଏହି ଘୋଷଣା କରାଯାଇଛି। ଏହି ତିନି ଦିନ ଶାହାଜାହାନ ଏବଂ ମୁମତାଜଙ୍କ କବର ଦେଖିବାକୁ ମଧ୍ୟ ସୁଯୋଗ ମିଳିବ। ଜାନୁଆରୀ ୨୬ ତାରିଖ ଦିନ ୨ଟାରୁ ତାଜମହଲର ବେସ୍‌ମେଣ୍ଟ ଖୋଲି ଦିଆଯିବ। ମୁସଲିମ୍ ରୀତିନୀତି ଅନୁସାରେ କବରରେ ଚାଦରପୋସି କରାଯିବ। ସେହିପରି ୨୮ ତାରିଖ ସକାଳୁ ସନ୍ଧ୍ୟା ଯାଏଁ ପର୍ଯ୍ୟଟକମାନେ ବେସମେଣ୍ଟକୁ ଯାଇ କବର ଦେଖିପାରିବେ। 

ଏହି ଖବରଟିକୁ ପଢନ୍ତୁ-ଏବେ ଗୋଟିଏ ପ୍ଲାଟଫର୍ମରେ ମିଳିବ ସବୁ ସୁବିଧା, ଗୁଗୁଲ ଏବଂ ଆପଲ୍‌କୁ ପତ୍ର ଲେଖିଲେ ସରକାର

ପ୍ରତିବର୍ଷ ଏହି ସମୟରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି। ତେଣୁ ଏହି ୩ ଦିନ ତାଜମହଲରେ ବହୁ ପର୍ଯ୍ୟଟକଙ୍କ ସମାଙ୍ଗମ ହେବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ଫୋର୍ସ ନିୟୋଜିତ କରାଯାଇଛି। ସବୁ ଏଣ୍ଟ୍ରି ଗେଟ୍‌ରେ ସିସିଟିଭି କ୍ୟାମେରା ଏବଂ ମେଟାଲ୍ ଡିଟେକ୍ଟର ଲଗାଯାଇଛି। ସେହିପରି ଆଖପାଖ ହୋଟେଲ ଏବଂ ଗାଇଡ୍‌ଙ୍କ ପାଖରେ ବୁକିଂ ବଢିଲାଣି। ଏହାଦ୍ଵାରା ସ୍ଥାନୀୟ ବେପାରୀଙ୍କ ବ୍ୟବସାୟ ବଢିବ ବୋଲି ମଧ୍ୟ ଆଶା କରାଯାଉଛି। 

ସେପଟେ ସ୍ଵଚ୍ଛତା ଦୃଷ୍ଟିରୁ ଏଏସଆଇ ପକ୍ଷରୁ ତାଜମହଲର ଭିତର ଏବଂ ବାହାର ରକ୍ଷଣାବେକ୍ଷଣା ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି। ତାଜମହଲ ଭିତରେ ଉର୍ସ ସୁଚାରୁ ରୂପେ କରିବା ପାଇଁ ବିଭିନ୍ନ ସ୍ଥାନରେ ଗାଇଡ୍ ଏବଂ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏତଦ୍ ବ୍ୟତୀତ ପର୍ଯ୍ୟଟକମାନେ କିଭଳି ଏହି ଐତିହାସିକ ସ୍ଥାନକୁ ବୁଲିପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। 










Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.