ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ତିରୁପତି ମନ୍ଦିରରେ ହିନ୍ଦୁ କର୍ମଚାରୀଙ୍କୁ ନିର୍ଦ୍ଦେଶ, ଭିଆରଏସ ନିଅ ନଚେତ୍ ବଦଳି

Published By : Ankita S | November 19, 2024 3:19 PM

ଅମରାବତୀ,୧୯/୧୧: ଆନ୍ଧ୍ରପ୍ରଦେଶରେ ଥିବା ପ୍ରସିଦ୍ଧ ତିରୁପତୀ ବାଲାଜୀ ମନ୍ଦିରରେ ଥିବା ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ହୋଇଛି । ତାଙ୍କ ସାମ୍ନାରେ ଦୁଇଟି ବିକଳ୍ପ ରଖାଯାଇଛି । ସ୍ବେଚ୍ଛାକୃତ ଅବସର ନିଅ ନଚେତ ବଦଳି କରାଯିବ । ଏପରି ନିର୍ଦ୍ଦେଶକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମନ୍ଦିରରେ ଗଠିତ ତିରୁମାଳା ତିରୁପତି ଦେବସ୍ଥାନମ ମନ୍ଦିରରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ପ୍ରସ୍ତାବ ପାରିତ କରିଛନ୍ତି । ପ୍ରସ୍ତାବ ଅନୁଯାୟୀ ମନ୍ଦିର ବୋର୍ଡରେ କାର୍ଯ୍ୟ କରୁଥିବା ଅଣ ହିନ୍ଦୁ କର୍ମଚାରୀମାନେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରନ୍ତୁ । ନଚେତ୍ ଆନ୍ଧ୍ରପ୍ରଦେଶର ଅନ୍ୟ ସରକାରୀ ବିଭାଗରୁ ବଦଳି ନେଇ ପ୍ରସ୍ତୁତ ରୁହନ୍ତୁ । ଏହି ଦୁଇଟି ବିକଳ୍ପରୁ ଗୋଟିଏ ବାଛିବାକୁ ପଡିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ୍ୟ ରହିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ତିରୁପତି ଦେବସ୍ଥାନମର ନୂଆ ଅଧ୍ୟକ୍ଷ ବିଆର ନାଇଡୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି । ଟିଟିଡିର ନୂଆ ନିଷ୍ପତ୍ତି ବୋର୍ଡର ୭ ହଜାର ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ କର୍ମଚାରୀଙ୍କ ଉପରେ ପ୍ରଭାବ ପକାଇ ପାରେ । ୧୪ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଟିଟିଡିରେ କାମ କରନ୍ତି ।  ଟିଟିଡି ଏକ ସ୍ବାଧୀନ ସରକାରୀ ଟ୍ରଷ୍ଟ । ସବୁଠାରୁ ଧନୀ ହିନ୍ଦୁ ମନ୍ଦିର ତିରୁମାଳା ଭେଙ୍କଟେଶ୍ବର ମନ୍ଦିର ପରିଚାଳନା କରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.