ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମହିଳାଙ୍କ ପାଇଁ ସ୍ୱର ଉଠାଇଲେ ତାଲିବାନୀ ନେତା : କହିଲେ , ଶିକ୍ଷାରୁ ବଞ୍ଚିତ କରି ରଖିବା ଉଚିତ୍‌ ନୁହେଁ

Published By : Prameya | January 19, 2025 6:47 PM

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଝିଅ ଓ ମହିଳାଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇ ଥିବା ତାଲିବାନର ସାରା ବିଶ୍ୱରେ ହେଉଛି ସମାଲୋଚନା। କିନ୍ତୁ ଏବେ ତାଲିବାନର ନେତା ହିଁ ନିଜର ଶୀର୍ଷ ସ୍ତରୀୟ ନେତୃତ୍ୱଙ୍କୁ ମହିଳାଙ୍କ ଶିକ୍ଷା ଉପରୁ ପ୍ରତିବନ୍ଧକ ହଟାଇବାକୁ ଆହ୍ୱାନ କରିଛନ୍ତି। ନେତା କହିଛନ୍ତି ଯେ, ଏହା ସରକାରଙ୍କ ନୀତିର ସମାଲୋଚନା କରିବାର କୌଣସି ବାହାନା ନୁହେଁ , ବରଂ ଏହା ଆଫଗାନିସ୍ତାନର ଭବିଷ୍ୟତ ପାଇଁ ଜରୁରୀ ।

ଆଫଗାନ ବିଦେଶ ମନ୍ତ୍ରାଣାଳୟରେ ରାଜନୀତିକ ଡେପୁଟୀ ଶେର ଅବାସ୍‌ ଷ୍ଟାନିକଜଇ ଶନିବାର ଖୋସ୍ତ ପ୍ରାନ୍ତରେ ସଭାକୁ ସମ୍ୱୋଧିତ କରି କହିଛନ୍ତି , ମହିଳାଙ୍କୁ ଶିକ୍ଷାରୁ ବଞ୍ଚିତ କରି ରଖିବା କୌଣସି କାରଣ ନାହିଁ। ଅତୀତରେ ମଧ୍ୟ ତାଙ୍କ ସହ ଏମିତି ହୋଇଛି ,କିନ୍ତୁ ଏହାର କୌଣସି ଅର୍ଥ ନାହିଁ। ଆଜି ଓ କେବେ ବି ଏମିତି ହେବା ଉଚିତ୍‌ ନୁହେଁ କି ଅଧା ଲୋକଙ୍କ ପାଇଁ ଶିକ୍ଷା ଉପରେ ବ୍ୟାନ୍‌ ଲଗାଇ ଦିଆଯାଉ।

ବିଦେଶୀ ସୈନିକଙ୍କୁ ଆଫଗାନିସ୍ତାନରୁ ଫେରେଇବା ଅଭିଯାନ ବେଳେ ତାଲିବାନର ନେତୃତ୍ୱ ନେଇ ସାରିଥିବା ଷ୍ଟାନକଜଇ କହିଛନ୍ତି କି, ଆଜି ଆମେ ୪୦ମିଲିୟନର ଆଫଗାନ ଜନସଂଖ୍ୟା ମଧ୍ୟରେ ପାଖାପାଖି ୨୦ମିଲିୟନ ଲୋକଙ୍କ ଶିକ୍ଷା ଉପରେ ବ୍ୟାନ ଲଗାଇ ଦେଇଛୁ, ତାଙ୍କର ଅଧିକାରରୁ ତାଙ୍କୁ ବଞ୍ଚିତ କରି ଦେଇଛୁ। ଏହା କୌଣସି ଇସଲାମ ନିୟମ ନୁହେଁ ବରଂ ଆମ ନିଜର ପସନ୍ଦ। ସେ କହିଛନ୍ତି କି, ମୁଁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ପୁଣି ଥରେ ଆହ୍ୱାନ କରୁଛି କି, ତାଙ୍କୁ ଯୁବତୀଙ୍କ ପାଇଁ ଶିକ୍ଷାର ଦ୍ୱାର ଖୋଲି ଦେବା ଉଚିତ୍‌। ସେମାନେ ଆଗକୁ ଆସି ପଢିବେ , ସେତେବେଳେ ଯାଇ ଆଫଗାନିସ୍ତାନ ଅଗ୍ରଗତି କରି ପାରିବ। 

ଏହା ପ୍ରଥମ ଥର ନୁହେଁ, ଯେବେ ଷ୍ଟାନିକଜଇ ମହିଳା ଓ ଯୁବତୀଙ୍କ ହକ୍‌କୁ ନେଇ ସ୍ୱର ଉଠାଇଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ସେପ୍ଟେମ୍ୱର ୨୦୨୨ରେ ଝିଅଙ୍କ ପାଇଁ ସ୍କୁଲ୍‌ ବନ୍ଦ ହେବା ଓ ୟୁନିଭର୍ସିଟିଜ୍‌ ଉପରେ ବ୍ୟାନ ଲାଗିବା ପରେ ନିଜର ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ ଏହି ଥର ନିଜର ମତ ରଖି ସେ ତାଲିବାନର ଶୀର୍ଷ ନେତା ହିବତୁଲ୍ଲା ଅଖୁନ୍ଦଜାଜାଙ୍କୁ ସମ୍ୱୋଧିତ କରିଛନ୍ତି। 

ଉଲ୍ଲେଖନୀୟ ଯେ , ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ କ୍ଷମତାକୁ ଆସିବା ପର ଠାରୁ ହିଁ ୬ଷ୍ଠ ଶ୍ରେଣୀ ପରେ ଶିକ୍ଷାରେ ବ୍ୟାନ କରି ଦେଇଥିଲା। ଗତ ବର୍ଷ ସେପ୍ଟେମ୍ୱରରେ ମଧ୍ୟ ଏମିତି ଖବର ସାମନାକୁ ଆସିଥିଲା କି, ତାଲିବାନ ମହିଳାଙ୍କ ପାଇଁ ଚିକିତ୍ସା ଟ୍ରେନିଂର କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି। ହେଲେ ଆଫଗାନିସ୍ତାନରେ ମହିଳା ଓ ଝିଅଙ୍କର ଚିକିତ୍ସା କେବଳ ମହିଳା ଡାକ୍ତର ହିଁ କରି ପାରିବେ। ଏଥିରେ ଏହି ଖବର କେତେ ସତ ଏହା ଖୁଲାସା ହୋଇ ପାରି ନାହିଁ । ଆଫଗାନ ଅଧିକାରୀଙ୍କ ପକ୍ଷରୁ ମଧ୍ୟ ଏହି ଉପରେ କୌଣସି କଥା ସାମନାକୁ ଆସି ନାହିଁ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.