ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମୁଜାହିଦ ଖାନ୍ ମହମ୍ମଦ କିଏ ? ଯାହାଙ୍କ ମୁକ୍ତି ବଦଳରେ ଆମେରିକା ସହ ତାଲିବାନ କରିଥିଲା ଡିଲ୍ ?

Published By : Harapriya Biswal | January 21, 2025 8:04 PM

ନୂଆଦିଲ୍ଲୀ,୨୧।୧: ଆଫଗାନିସ୍ତାନର ତାଲିବାନ ସରକାର ମଙ୍ଗଳବାର ଆମେରିକା ସହ ହୋଇଥିବା ଡିଲ୍ ବିଷୟରେ ଖୁଲାସା କରିଛି। ତାଲିବାନ ବୈଦେଶିକ ମନ୍ତ୍ରଣାଳୟ କହିଛି, ସେ ଆମେରିକାରେ ସଜା କାଟୁଥିବା ମୁଜାହିଦ ଖାନ୍‌ ମହମ୍ମଦ ବଦଳରେ ଦୁଇ ଆମେରିକୀୟ କଏଦୀଙ୍କୁ ମୁକ୍ତ କରିଛି। ସେ ହେଉଛନ୍ତି ଆଫଗାନିସ୍ତାନରେ ତାଲିବାନର ଜଣେ ଯୋଦ୍ଧା। କଏଦୀଙ୍କ ଏହି ଅଦଳ ବଦଳ ସୋମବାର ଡୋନାଲ୍ଡୋ ଟ୍ରମ୍ପଙ୍କ ଶପଥ ଦିନ ହୋଇଛି। ଖାନ୍ ମହମ୍ମଦ ଆମେରିକାରେ ଆଜୀବନ ସଜା କାଟୁଥିଲେ।

ଅଫଗାନ ଅଧିକାରୀଙ୍କ କହିବା ଅନୁସାରେ, ଖାନ ମହମ୍ମଦଙ୍କୁ ମୁକ୍ତ କରିବା ପରେ କାବୁଲକୁ ପଠାଇ ଦିଆଯାଇଛି। ମହମ୍ମଦ ୨୦୦୮ ରେ ଆମେରିକା କୋର୍ଟଙ୍କ ନିକଟରେ ଆଜୀବନ ସଜା ଶୁଣାଇଥିଲେ। ଏହି ସଜା ନାର୍କୋ-ଟୋରୋରିଜମ୍‌ ଅଭିଯୋଗରେ ଦିଆଯାଇଥିଲା ଓ ଏହାକୁ ଆମେରିକା ନ୍ୟାୟ ବିଭାଗ(ଡିଓଜେ) ନିଜର ପ୍ରଥମ ବଡ଼ ସଫଳତା ଘୋଷଣା କରିଛି।

ଅଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି, ଏଭଳି କଏଦୀ ଅଦଳ-ବଦଳ ‘ଲମ୍ବା ଓ ପ୍ରଭାବୀ’ ଆଲୋଚନାର ଫଳାଫଳ। ମହମ୍ମଦଙ୍କୁ ୨୦୦୬ ରେ ଆଫଗାନିସ୍ତାନର ପୂର୍ବ ଅଞ୍ଚଳରୁ ଗିରଫ କରାଯାଥିଲା ଓ ବର୍ଷେ ପରେ ଆମେରିକାକୁ ପ୍ରଦାନ କରାଯାଇଥିଲା। ତାଲିବାନ ପ୍ରଶାସନର ମୁଖପାତ୍ର ଜବିଉଲ୍ଲାହ ମୁଜାହିଦ କହିଛନ୍ତି, ଦୁଇ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରି ଦିଆଯାଇଛି। କିନ୍ତୁ ତାଙ୍କ ନାଁ କହିବାକୁ ମନା କରିଦେଇଛନ୍ତି। ଖାନ୍ ମହମ୍ମଦ ଅଫଗାନ ତାଲିବାନର ଯୋଦ୍ଧା। ତାଙ୍କୁ ଆମେରିକା ସୈନିକଙ୍କ ଉପରେ ରକେଟ ମାଡ କରିବା ଓ ଡ୍ରଗ୍ସ ତସ୍କରି କରିବାର ଅଭିଯୋଗରେ ଆଜୀବନ ସଜା ଦିଆଯାଇଥିଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.