ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ED ଜେରା, ମହାଦେବ ଆପ୍ ମାମଲାରେ ପଚରାଉଚରା ଜାରି...

Published By : Ladu Kishor | October 17, 2024 10:29 PM

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ଲିକେସନରେ ବେଆଇନ ଆଇପିଏଲ ମ୍ୟାଚ୍ ଷ୍ଟ୍ରିମିଂର ପ୍ରଚାର ସଂପର୍କରେ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ବଡ ଅସୁବିଧାରେ ଫସିଛନ୍ତି ।  ଅଭିନେତ୍ରୀ ଆଜି (ଗୁରୁବାର) ଗୌହାଟୀର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କାର୍ଯ୍ୟାଳୟରେ ପଚରାଉଚରା ପାଇଁ ହାଜର ହୋଇଥିଲେ । ସୂଚନାନୁସାରେ, ଅନୁସନ୍ଧାନକାରୀ ସଂସ୍ଥା ଡାକିବା ପରେ ତମନ୍ନା ଭାଟିଆ ତାଙ୍କ ମାଆଙ୍କ ସହ ଗୌହାଟୀ ପହଞ୍ଚିଥିଲେ। ଏହାପୂର୍ବରୁ ତମନ୍ନା ଭାଟିଆଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଜେରା କରାଯାଇଛି । ମହାଦେବ ବେଟିଂ ଆପ୍ ମାମଲାରେ ଅଭିନେତ୍ରୀ ଦ୍ୱିତୀୟ ଥର ପାଇଁ ଅନୁସନ୍ଧାନର ସମ୍ମୁଖୀନ ହୋଇଛନ୍ତି । କୁହାଯାଉଛି ଯେ ଇଡି ଅଧିକାରୀମାନେ ଅଭିନେତ୍ରୀଙ୍କୁ ପଚରାଉଚରା କରୁଛନ୍ତି । ତାଙ୍କ ମା ତାଙ୍କୁ ଇଡି କାର୍ଯ୍ୟାଳୟ ବାହାରେ ଅପେକ୍ଷା କରିଛନ୍ତି ।

ଏପ୍ରିଲରେ ତାଙ୍କୁ ମହାଦେବ ବେଟିଂ ଆପ୍‌ର ଏକ ସହାୟକ କମ୍ପାନୀ ଫେୟାର ପ୍ଲେ ଆପରେ ଆଇପିଏଲ୍ ମ୍ୟାଚ୍ ପ୍ରଚାର କରିବା ଅଭିଯୋଗରେ ତାଙ୍କୁ ମହାରାଷ୍ଟ୍ର ସାଇବର ସେଲ୍ ପକ୍ଷରୁ ଡକାଯାଇଥିଲା । ମହାଦେବ ବେଟିଂ ଆପ୍ ଦୁର୍ନୀତି ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏଥିରେ ପ୍ରାୟ ୧୫ ହଜାର କୋଟି ଟଙ୍କା ମୂଲ୍ୟର ଏକ ଦୁର୍ନୀତି ଉପରେ ଅଧିକାରୀ ମାନେ ଯାଂଚ କରୁଛନ୍ତି । ଏହି ଆପ କ୍ରିକେଟ୍ ଟୁର୍ନାମେଣ୍ଟର ଅଫିସିଆଲ୍ ପ୍ରସାରଣକାରୀ ବାଏକମ୍ 18 ର ଅନୁମତି ବିନା ବେଆଇନ ଭାବେ ଆଇପିଏଲ୍ ମ୍ୟାଚ୍ ଷ୍ଟ୍ରିମ୍ କରି ବହୁ ଆର୍ଥିକ କ୍ଷତି ଘଟାଇଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଫାୟାରପ୍ଲେ ଆପ୍ ସହିତ ତମନ୍ନା ଭାଟିଆ ଲିଙ୍କ୍ ହୋଇଥିବା ଅଭିଯୋଗ ହୋଇଛି, ଯାହା ବାଏକମ୍ ପାଇଁ ୧ କୋଟି ଟଙ୍କା କ୍ଷତି ଘଟାଇଥିବା କୁହାଯାଉଛି । ମହାଦେବ ବେଟିଂ ଆପ୍ ଦୁର୍ନୀତିରେ ୩୮ ରୁ ଅଧିକ ଲୋକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ଏହି ମାମଲା ଏକ ବଡ ଆର୍ଥିକ ଠକେଇ ସହିତ ଜଡିତ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.