ମାଲକାନଗିରି, ୨୮/୧ : ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଏମଭି ୭ ତମସା ପୋଲ ନିକଟରେ ଏକ ଲୁହା ରଡ଼ ବୋଝେଇ ଟ୍ରକ ଓଲଟିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି । ଘଟଣାସ୍ଥଳ ମାଲକାନଗିରି ଥାନା ପୁଲିସ ପହଁଚି ଟ୍ରକ ଜବତ କରି ତଦନ୍ତ ଆରମ୍ଭ କରିଛି । ମଙ୍ଗଳବାର ମଧ୍ୟ ରାତ୍ରିରେ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂର ଏମ୍ ଭି ୭ ତମସା ପୋଲ ନିକଟରେ ଏକ ବାଇକକୁ ସାଇଡ ଦେଇ ଭାରସାମ୍ୟ ହରାଇ ଏକ ଲୁହା ବିମ୍ ବୋଝେଇ ଟ୍ରକଟି ରାସ୍ତାକଡ଼କୁ ଓଲଟି ପଡ଼ିଛି । ଆନ୍ଧ୍ରପ୍ରଦେଶରୁ ଛତିଶଗଡ ଯାଉଥିବା CG13BH3429 ନମ୍ବର ଥିବା ଏହି ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହାସହ ପଢ଼ନ୍ତୁ : ଚର୍ଚ୍ଚାରେ ବିରାଟଙ୍କ ପୋଷ୍ଟ, ଅରିଜତଙ୍କ ପାଇଁ ଲେଖିଥିଲେ ଏମିତି କିଛି

ତେବେ ଏହି ପୋଲ ନିକଟରେ ପୂର୍ବରୁ ମଧ୍ୟ ଅନେକ ଦୁର୍ଘଟଣା ଘଟିଛି । ଗତ ଅକ୍ଟୋବର ମାସରେ ବସ୍ ସହ ବାଇକ ଧକ୍କା ହୋଇଥିଲା । ଯେଉଁଥିରେ ୨ ଜଣଙ୍କ ପ୍ରାଣହାନୀ ଘଟିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବର୍ଷାଦିନରେ ଏହି ରାସ୍ତାରେ ଯାତାୟତ ଏକପ୍ରକାର ଠପ୍ ହୋଇଥାଏ । କାରଣ ନୁଆଁଣିଆ ପୋଲ ଥିବାବେଳେ ରାସ୍ତାରେ ଉଭୟ ପାର୍ଶ୍ବରେ ଅନାବନା ଗଛ ସବୁ ରହିଛି । ବୁଲାଣିରେ ଠିକସେ ଦିଶୁନଥିବାବେଳେ ଦୁର୍ଘଟଣାମାନ ଘଟୁଛି । ପୋଲ ନିର୍ମାଣ କାମ ଚାଲିଥିଲେ ସୁଦ୍ଧା ଏଯାବତ ସରିନି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମଧ୍ୟ ଶୀଘ୍ର ସରିନି। ବାରମ୍ବାର ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଥିବାବେଳେ ଶୀଘ୍ର ପୋଲ ନିର୍ମାଣ କରାଯିବାକୁ ଦାବି କରାଯାଇଛି ।

ଏହାସହ ପଢ଼ନ୍ତୁ : ବିଏମସି କର୍ପୋରେସନ ବୈଠକରେ ପାରିତ ହେଲା ୧୦୫୦ କୋଟି ଟଙ୍କାର ଡ୍ରାଫ୍ଟ ବିଲ୍