ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସେ ଗୁରୁବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତ୍ରିଭାଷା ନୀତି ପାଇଁ ସମାଲୋଚନା କରିଛନ୍ତି। ଷ୍ଟାଲିନଙ୍କ ଦ୍ୱିଭାଷି ନୀତି ଓ ସୀମା ନିର୍ଦ୍ଧାରଣ ନୀତିକୁ ଯୋଗୀ ସମାଲୋଚନା କରିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଷ୍ଟାଲିନ କହିଛନ୍ତି ଯେ ତାମିଲନାଡୁର ଦୁଇ ଭାଷା ନୀତି (ତାମିଲ ଓ ଇଂରାଜୀ) ଏବଂ ନ୍ୟାୟପୂର୍ଣ୍ଣ ସୀମାନିର୍ଦ୍ଧାରଣ ପାଇଁ ଦୃଢ଼ କଣ୍ଠସ୍ୱର ସାରା ଦେଶରେ ପ୍ରତିଧ୍ୱନି କରୁଛି। ଯାହା ଭାରତୀୟ ଜନତା ପାର୍ଟି (BJP) କୁ ସ୍ପଷ୍ଟ ରୂପେ ବିଚଳିତ କରିଛି।
ଏକ ସାକ୍ଷାତକାରରେ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ଷ୍ଟାଲିନ ଭାଷା ଓ ଅଞ୍ଚଳ ଆଧାରରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏହାର ଉତ୍ତରରେ ଷ୍ଟଲିନ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ତାମିଲ ଭାଷାକୁ ବଞ୍ଚାଇବାକୁ ହିନ୍ଦୀ ଭାଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଛନ୍ତି ବୋଲି ଲେଖିଛନ୍ତି। ଆଉ ଏବେ ଯୋଗୀ ଆଦିତ୍ୟନାଥ ଆମ ମାନଙ୍କୁ ଘୃଣାର ପାଠ ପଢାଉଛନ୍ତି। ଆମକୁ ଅଲଗା କରିବାକୁ ଚାହୁଁଛନ୍ତି। ଏହା ଏକ ରାଜନୈତିକ ଚାଲବାଜି। ଆମେ କୈଣସି ବାଷାକୁ ବିରୋଧ କରୁନୁ। ବାସ ଆମେ ଆମ ଭାଷାକୁ ବଞ୍ଚାଉଛୁ ବୋଲି ଷ୍ଚାଲିନ ଲେଖିଛନ୍ତି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିକଟରେ ଏକ ସାକ୍ଷାତକାର ଦେଇ ଷ୍ଟାଲିନଙ୍କ ଦୁଇଭାଷୀ ନିତି ଉପରେ ବର୍ଷିଥିଲେ। ଆମ ଦେଶକୁ ଏକାଠି କରିବା ପରିବର୍ତ୍ତେ କେତେକ ରାଜନେତା ଭାଷା ଓ ଅଞ୍ଚଳ ଭିତ୍ତିରେ ଆମକୁ ଅଲଗା କରୁଛନ୍ତି। ଏମିତି ରାଜନେତାମାନେ ଆମ ଦେଶକୁ ଦୁର୍ବଳ କରିଦେଉଛନ୍ତି। ଏହା ଏକ ରାଜନୈତିକ ଏଜେଣ୍ଡା ବୋଲି ଯୋଗି କହିଥିଲେ।
ସୂଚନା ମୁତାବକ, ବିଜେପି ସବୁ ରାଜ୍ୟ ଉପରେ ହିନ୍ଦି ଭାଷା ଲଦି ଦେବାକୁ ଚାହେଁ ବୋଲି ଡିଏମକେ ବହୁ ପୂର୍ବରୁ ଅଭିଯୋଗ କରି ଆସିଛି। ଯେଉଁଥିପାଇଁ ଭାରତର ଆଞ୍ଚଳିକ ଭାଷା ଗୁଡିକ ଉପରେ ବିପଦ ଥିବା ନେଇ ଷ୍ଟାଲିନ ଅଭିଯୋଗ କରିଛନ୍ତି। ଏହାକୁ ନେଇ ତାମିଲନାଡୁରେ ଭାଷା ବିବାଦ ଆରମ୍ଭ ହୋଇଯାଇଛି। କିଛିଦିନ ପୂର୍ବରୁ ତାମିଲନାଡୁ ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ବଜେଟରେ ମୁଦ୍ରା ପ୍ରତୀକକୁ ହଟାଇ ତାମିଲନାଡୁ ନିଜର ପ୍ରତୀକ ବ୍ୟବହାର କରିଥିଲା।