ତାମିଲନାଡୁ ୨୫/୦୧: ତାମିଲନାଡୁର ମାଦୁରାଇ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ, ୧୫ ରୁ ଅଧିକ ଯାତ୍ରୀ ଆହତ । ତିରୁଚି-ମାଦୁରାଇ ଜାତୀୟ ରାଜପଥର ମେଲୁର ନିକଟସ୍ଥ ପାଲାପଟ୍ଟି ଅଞ୍ଚଳରେ ଦୁର୍ଘଟଣା । ତଦନ୍ତ କରୁଛି ପୁଲିସ।
ପୁଲିସ ସୂଚନା ଅନୁଯାୟୀ, ଚେନ୍ନାଇରୁ ମାଦୁରାଇ ଯାଉଥିବା ଏକ ଘରୋଇ ବସ୍ ପାଲାପଟ୍ଟି ଅଞ୍ଚଳରେ ରାସ୍ତା କଡ଼ରେ ଥିବା ଏକ ଚା’ ଦୋକାନ ନିକଟରେ ଅଟକିଥିଲା। ଏହି ସମୟରେ, ଚେନ୍ନାଇରୁ ମାର୍ଥାଣ୍ଡମ ଯାଉଥିବା ଆଉ ଏକ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ଦ୍ରୁତ ଗତିରେ ପାର୍କିଂ ହୋଇଥିବା ବସ୍ ପଛପଟେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା।
ଆହୁରି ପଢନ୍ତୁ...ISS ଯାଇଥିବା ପ୍ରଥମ ଭାରତୀୟ,ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ପ୍ରଦାନ କରାଯିବ ଅଶୋକ ଚକ୍ର
ଦୁର୍ଘଟଣାରେ ଉଭୟ ବସ୍ରେ ଥିବା ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହତଙ୍କୁ ଉଦ୍ଧାରକରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ କରୁଛି।