ନୂଆଦିଲ୍ଲୀ : ବାଂଲାଦେଶୀ ଲେଖିକା ତସଲିମା ନାସରିନ ଶେଖ ହସିନା ଓ ମହମ୍ମଦ ୟୁନୁସଙ୍କ ଉପରେ କରିଛନ୍ତି ଟାର୍ଗେଟ। ତସଲିମା କହିଛନ୍ତି ଶେଖ ହସିନା ମୋ ସହ ଭୁଲ୍‌ କରିଛନ୍ତି। ମୋତେ ପିତାଙ୍କ ମୃତ୍ୟୁରେ ବି ବାଂଲାଦେଶ ଆସିବାକୁ ଅନୁମତି ଦେଇ ନଥିଲେ। କିନ୍ତୁ ସେସବୁ ସତ୍ତ୍ୱେ ଆଜି ବି ମୁଁ ଶେଖ ହସିନା ଓ ତାଙ୍କ ପାର୍ଟି ଆୱାମୀ ଲିଗ୍‌ର ଅଧିକାରରେ ସ୍ୱର ଉଠାଉଛି। କାରଣ ମୋତେ ଜଣା କି, ୟୁନିସ୍‌ ସରକାର ଆୱାମୀ ଲିଗ୍‌ର ଲୋକ ଲଗାତାର ଅତ୍ୟାଚାର କରୁଛନ୍ତି। ତସଲିମା ମୁକ୍ତି ଯୋଦ୍ଧାଙ୍କ ଆହ୍ୱାନ କରି କହିଛନ୍ତି, ବାଂଲାଦେଶର ସ୍ୱାଧୀନତା ବିରୋଧରେ କାମ କରୁଥିବା ଲୋକଙ୍କୁ ହରାଇବାର ସମୟ ଆସି ଗଲା। 

ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବାଂଲାଦେଶୀ ଲେଖିକା ଲେଖିଛନ୍ତି ଯେ, ନିଜ ଶାସନ ବେଳେ ଶେଖ ହସିନା ମୋର ଖୁବ୍‌ କ୍ଷତି କରିଛନ୍ତି। ସେ ମୋତେ ବାଂଲାଦେଶ ସ୍ଥିତ ନିଜ ଜମି ବିକ୍ରି କରିବାକୁ ମଧ୍ୟ ଅନୁମତି ଦେଇ ସାରିଛନ୍ତି। ସେଠାରେ କେହି ବି ହସିନାଙ୍କ ଡ଼ରରେ ମୋତେ ସାହାଯ୍ୟ କରିବାକୁ ପ୍ରସ୍ତୁତ ନଥିଲେ। ଏହି ପୂରା ମାମଲାକୁ ନେଇ ମୁଁ ହସିନାଙ୍କୁ ଖୋଲା ସ୍ତରରେ ଅନେକ ଚିଠି ବି ଲେଖିଛି , କିନ୍ତୁ ଏହା ପରେ ମଧ୍ୟ ସେ କୌଣସି ଜବାବ ଦେଇ ନାହାନ୍ତି। ମୋତେ ଜଣା ନାହିଁ , ତାଙ୍କର ମୋ ଠାରେ ଏତେ ଘୃଣା କାହିଁକି ଥିଲା କି, ସେ ମୋର ପୁରସ୍କାର ବିଜେତା ପୁସ୍ତକକୁ ମଧ୍ୟ ବ୍ୟାନ କରି ଦେଲେ। ଲେଖିକା କହିଛନ୍ତି କି, ଶେଖ୍‌ ହସିନା ଈର୍ଷା , ଅହଙ୍କାରଗ୍ରସ୍ତ ଥିଲେ ଏବଂ ଏହା ତାଙ୍କୁ କ୍ରୁର କରି ଦେଇଛି। ହେଲେ ଏସବୁ ପରେ ମଧ୍ୟ ମୁଁ ତାଙ୍କ ପକ୍ଷରେ କହିଥିଲି କି, ମୁଁ ତାଙ୍କର ନିର୍ବାଚନ ବିଜୟର ଆଶା କରିଥିଲି ଏବଂ ୧୯୭୨ର ସମ୍ୱିଧାନର ପୁନଃସ୍ଥାପନର ସମର୍ଥନ କରିଥିଲି। 

ତସଲିମା କହିଛନ୍ତି କି ,ଶେଖ୍‌ ହସିନାଙ୍କର ବିରୋଧି ଖାଲିଦା ଜିୟା ମୋତେ ବାଂଲାଦେଶରୁ ନିର୍ବାସିତ କରିଦେଇ ଥିଲେ। ଏହାପରେ କେହି ବି ଭାବୁ ଥାଏ କି, ଶେଖ ହସିନା ଆସି ମୋତେ ସହାନୁଭୂତି ଦେଖାଇବେ କିନ୍ତୁ ଏହାର ବିପରୀତ ସେ ମୋ ଠାରୁ ପ୍ରତିଶୋଧ ହିଁ ନେଲେ। ସେ ନିଜ ପିତାଙ୍କ ବିଷୟରେ , ତାଙ୍କର ସଂଘର୍ଷ ବିଷୟରେ କହୁଛନ୍ତି। କିନ୍ତୁ ଯେବେ ମୋ ପିତା ନିଜ ଜୀବନର ଶେଷ ସମୟ ଦେଇ ଗତି କରୁ ଥିଲେ ,ମୁଁ ବାଂଲାଦେଶ ଆସିବାକୁ ଅନୁମତି ମାଗିଲି , କିନ୍ତୁ ହସିନା ସେତେବେଳେ ମଧ୍ୟ ମୋର କଥାକୁ ଅଣଦେଖା କରିଦେଲେ।   ଏମିତି ଲାଗୁଛି କି କେବଳ ତାଙ୍କ ପିତା ହିଁ ପିତା , ଅନ୍ୟମାନଙ୍କର ପିତାଙ୍କର କୌଣସି ସମ୍ମାନ ନାହିଁ।