ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ହୋଲିରେ ଘରେ ବନାନ୍ତୁ ଏହିସବୁ ମିଠା, ଜିତନ୍ତୁ ଅତିଥିଙ୍କ ମନ

Published By : prameya | March 13, 2025 3:24 PM

ଦିନକ ପରେ ରଙ୍ଗର ପର୍ବ ହୋଲି । ଉତ୍ତରରୁ ଦକ୍ଷିଣ ପୂର୍ବରୁ ପଶ୍ଚିମ ହୋଲିର ବିଭିନ୍ନ ରଙ୍ଗ ଭଳି ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତ ହୁଏ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ । ଯାହାକି ବିଭିନ୍ନତା ମଧ୍ୟରେ ଭାରତର ଏକତାକୁ ଦର୍ଶାଇଥାଏ । ହୋଲିରେ ଜମିଥାଏ ପାରମ୍ପରିକ ଖାଦ୍ୟର ଆସର  । ଯଦି ଆପଣ ବି ଏହି ହୋଲିକୁ କିଛି ବିଶେଷ କରିବାକୁ ଚାହୁଁଛନ୍ତି, କିନ୍ତୁ ପାଖରେ ସମୟ ନାହିଁ । ତେବେ ଜାଣନ୍ତୁ ଏଭଳି କିଛି ସ୍ବାଦିଷ୍ଟ ଓ ହୋଲି ସ୍ପେସିଆଲ୍ ମିଠା ବିଷୟରେ ଯାହା ତୁରନ୍ତ ପ୍ରସ୍ତୁତ ହୋଇପାରିବ ।  

ଉତ୍ତର ପ୍ରଦେଶର ଗୁଜିଆ : ଉତ୍ତର ଭାରତରେ ଗୁଜିଆ ବିନା ହୋଲି ଅଧୁରା । ଏହାକି ବନାଇବା ପାଇଁ ପ୍ରଥମେ ମଇଦା ଓ ଘିଅକୁ ମିଶ୍ରଣ କରି ପ୍ରଥମେ ଚକଟି ନିଅନ୍ତୁ । ଏହାପରେ ୩୦ ମିନିଟ ଘୋଡାଇ ଛାଡି ଦିଅନ୍ତୁ । ଏକ ପ୍ୟାନରେ ଖୁଆ, ଚିନି ଓ ଡାଲଚିନିର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ଏହାକୁ ଥଣ୍ଡା କରି ନିଅନ୍ତୁ । ପୂର୍ବରୁ ପ୍ରସ୍ତୁତ ଗୁଳାରେ ଏହି ପୁରକୁ ଦେଇ ଅର୍ଦ୍ଧ ଚନ୍ଦ୍ର ଆକୃତିର ପିଠା ଗଢି ନିଅନ୍ତୁ । ଏହାପରେ ତେଲ ଗରମ କରି ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣିନିଅନ୍ତୁ ।

ପଶ୍ଚିମବଙ୍ଗର ମାଲପୁଆ :  ବଙ୍ଗାଳୀମାନେ ସାଧାରଣତଃ ମାଲପୁଆକୁ ଚିନି ଶିରାରେ ବୁଡ଼ାଇ ପ୍ରାୟତଃ ରାବଡ଼ି ସହିତ ପରଷିଥାନ୍ତି ।ଏହାକୁ ବନାଇବା ପାଇଁ  ମଇଦା, କ୍ଷୀର, ଚିନି ଏବଂ ପାନମହୁରି ଦେଇ ଏକ ମିଶ୍ରଣ ତିଆରି କରନ୍ତୁ। ଏହାକୁ 30 ମିନିଟ୍ ପାଇଁ ରହିବାକୁ ଦିଅନ୍ତୁ। ଘିଅ ଗରମ କରନ୍ତୁ, ଅଳ୍ପ ପରିମାଣରେ ବ୍ୟାଟର ଢାଳନ୍ତୁ ଏବଂ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଚିନି ଶିରାରେ ବୁଡ଼ାଇ ଗରମ ଗରମ ଖାଇବାକୁ ଦିଅନ୍ତୁ।

ମହାରାଷ୍ଟ୍ରର ପୁରନପୋଲି  :  ପୁରନ ପୋଲି ହେଉଛି ମହାରାଷ୍ଟ୍ରରେ ହୋଲିରେ ପ୍ରସ୍ତୁତ ଏକ ପାରମ୍ପାରିକ ଖାଦ୍ୟ ।  ଚଣା ଡାଲିକୁ ସିଝାଇ ଚକଟି ନିଅନ୍ତୁ । ଏଥିରେ ଗୁଡ ଓ ଡାଲଚିନି ଗୁଣ୍ଡ ମିଶାଇ ପୁର ପ୍ରସ୍ତୁତ କରି ନିଅନ୍ତୁ । ଆଉ ଏକ ପାତ୍ରରେ ଅଟା ଚକଟି ନିଅନ୍ତୁ । ଅଟାର ଛୋଟ ଗୁଳାରେ ଚଣା ଡାଲିର ପୁର ଦେଇ ରୁଟି ଆକାରରେ ବେଲି ନିଅନ୍ତୁ । ଏହାପରେ ତାୱା ଗରମ କରି ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ନିଅନ୍ତୁ ।

ରାଜସ୍ଥାନର ଘେୱର :  ଘେୱର ହେଉଛି ରାଜସ୍ଥାନରେ ହୋଲିର ଏକ ମୁଖ୍ୟ ମିଠା । ଯେଉଁଥିରେ ମଲାଇ ଘେୱର ଏବଂ କେଶର ଘେୱାର ଭଳି ଭିନ୍ନତା ରହିଛି।ଏହାକୁ ବନାଇବା ପାଇଁ ପ୍ରଥମେ ମଇଦା ଓ ଘିଅକୁ ମିଶାଇବା ପରେ ଏଥିରେ ଅଳ୍ପ ପାଣି ଦେଇ ପତଳା ବହଳ ତିଆରି କରନ୍ତୁ । ତେଲ ଗରମ କରି ଏହି ବହଳକୁ ଗରମ ତେଲରେ ଦୁରରୁ ପକାନ୍ତୁ। ସୂତା ଭଳି ପତଳାର ପକାଇ ଗୋଲାକାର ଆକୃତିର ଛାଣନ୍ତୁ । ଗୋଲ୍ଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏହାପରେ ଚିନି ଶିରାରେ ବୁଡାଇ ଉପରେ କେଶର ଓ ବାଦାମ ଦେଇ ସଜାନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.