ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଏହି ରାଜ୍ୟରେ ଲଗଜୁରୀ କାର୍ କିଣିବା ହେଲା ଆହୁରି ମହଙ୍ଗା, ସରକାର ବଢାଇଲେ ଟ୍ୟାକ୍ସ

Published By : Harapriya Biswal | July 1, 2025 7:31 PM

ମୁମ୍ବାଇ,୧।୭: ମହାରାଷ୍ଟ୍ରରେ ଏବେ ଲଗଜୁରୀ କାର ପୂର୍ବ ଅପେକ୍ଷା ହେଲା ଆହୁରି ମହଙ୍ଗା। ରାଜ୍ୟ ସରକାର ଓ୍ବାନ୍-ଟାଇମ୍ ଟ୍ୟାକ୍ସ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି, ଯାହାଫଳରେ ବାହାନ କିଣୁଥିବା ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପଡିବ। ଏବେ, ଯେଉଁ କାରଗୁଡ଼ିକର ମୂଲ୍ୟ ୨୦ ଲକ୍ଷରୁ ଅଧିକ, ସେମାନଙ୍କୁ ଅଧିକ ଟିକସ ଦେବାକୁ ପଡିବ। ଏହି ନୂତନ ନିୟମ ଯୋଗୁଁ, ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଲଗଜରୀ କାରଗୁଡ଼ିକର ମୂଲ୍ୟରେ ବହୁତ ବୃଦ୍ଧି ଘଟିବ।

ମହାରାଷ୍ଟ୍ର ସରକାର ଓ୍ବାନ୍ ଟାଇମ୍ ଟ୍ୟାକ୍ସ ସ୍ଲାବରେ ବଡ ପରିବର୍ତ୍ତ କରି ଏବେ ଟ୍ୟାକ୍ସର ଗଣନା ବାହନର ଦାମ୍‌ ଆଧାରରେ କରିବାର ନିଷ୍ପତ୍ତି ନେଇଛି। ଯଦି କାର ଦାମ୍ ୧୦ ଲକ୍ଷ ତେବେ  ୧୧% ଟିକସ ଲାଗୁ ହେବ। ୧୦ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ କାର ପାଇଁ ୧୨% ଟିକସ ଦେବାକୁ ପଡିବ ଏବଂ ୨୦ ଲକ୍ଷରୁ ଅଧିକ କାର ପାଇଁ ୧୩% ଟିକସ ଦେବାକୁ ପଡିବ।

୧୦ ଲକ୍ଷ ପର୍ଯ୍ୟନ୍ତ ଡିଜେଲ୍ କାର ଉପରେ ୧୩%, ସେଭଳି ୧୦ ରୁ ୨୦ ଲକ୍ଷ ମଧ୍ୟରେ କାର ଉପରେ ୧୪% ଏବଂ ୨୦ ଲକ୍ଷରୁ ଅଧିକ ମୂଲ୍ୟର ଡିଜେଲ୍ କାର ଉପରେ ୧୫% ଟିକସ ଦେବାକୁ ପଡିବ। ଉଦାହରଣ ସ୍ୱରୂପ, ୧.୩୩ କୋଟି ମୂଲ୍ୟର ପେଟ୍ରୋଲ୍ କାର ଉପରେ ଏବେ ୨୦ ଲକ୍ଷରୁ ଅଧିକ ଟିକସ ଦେବାକୁ ପଡିବ, ସେଭଳି ୧.୫୪ କୋଟି ମୂଲ୍ୟର ଡିଜେଲ୍ କାର ଉପରେ ଏହି ଟିକସ ଆହୁରି ଅଧିକ ହେବ। ଯଦି ଏକ ଗାଡ଼ି କୌଣସି କମ୍ପାନୀ ନାମରେ ପଞ୍ଜିକୃତ କିମ୍ବା ଆମଦାନୀ କରାଯାଏ, ତେବେ ଏହାର ମୂଲ୍ୟ ଯାହା ହେଉନା କାହିଁକି, ଏହା ଉପରେ ସିଧାସଳଖ ୨୦% ର ଏକକାଳୀନ ଟିକସ ଲାଗୁ ହେବ। ଏହା କର୍ପୋରେଟ୍ କ୍ରେତା ଏବଂ ଲଗଜରୀ  ଯାନ ପ୍ରେମୀଙ୍କ ଉପରେ ଆର୍ଥିକ ଚାପକୁ ଆହୁରି ବୃଦ୍ଧି କରିବ।

ପୂର୍ବରୁ CNG ଏବଂ LNG ଯାନଗୁଡ଼ିକୁ ଟିକସ ରିହାତି ଦିଆଯାଇଥିଲା, କିନ୍ତୁ ଏବେ ସମସ୍ତ ମୂଲ୍ୟ ସୀମାରେ  ୧%  ଅତିରିକ୍ତ ଟିକସ ଲାଗୁ ହେବ। ଏହା ସିଧାସଳଖ ଏହି ଯାନଗୁଡ଼ିକର ମୋଟ ମୂଲ୍ୟକୁ ପ୍ରଭାବିତ କରିବ, ଯାହା ଫଳରେ ସେଗୁଡ଼ିକ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯିବ।। ଏପର୍ଯ୍ୟନ୍ତ ମାଲ୍ ପରିବହନକାରୀ ଯାନଗୁଡ଼ିକ ଉପରେ ସେମାନଙ୍କର ଓଜନ ଅନୁସାରେ ଟିକସ ଆଦାୟ କରାଯାଉଥିଲା, କିନ୍ତୁ ଏବେ ଏହି ଟିକସ ଗାଡ଼ିର ଏକ୍ସ-ଶୋରୁମ୍ ମୂଲ୍ୟ ଉପରେ ଲାଗୁ ହେବ। ପିକଅପ୍, ଟେମ୍ପୋ ଏବଂ ଟ୍ରକ୍ ଭଳି ସମସ୍ତ ମାଲ୍ ପରିବହନକାରୀ ଯାନଗୁଡ଼ିକ ଉପରେ ଏବେ ୭% ଟିକସ ଲାଗୁ ହେବ। ପୂର୍ବରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ପିକଅପ୍ ଉପରେ ପ୍ରାୟ ୨୦,୦୦୦ ଟଙ୍କା ଟିକସ ଲାଗୁ ହେଉଥିଲା, ଯାହା ଏବେ ବୃଦ୍ଧି ପାଇ ୭୦,୦୦୦ ଟଙ୍କା ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.