ନୂଆଦିଲ୍ଲୀ,୦୨/୦୯: ଭାରତୀୟ ସିଭିଲ୍ ଆକାଉଣ୍ଟସ୍ ସେବା (ICAS)ର ୧୯୯୧ ବ୍ୟାଚ୍ ଅଧିକାରୀ ଟି.ସି.ଏ. କଲ୍ୟାଣୀ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗରେ ଆକାଉଣ୍ଟସ୍ ମହାନିୟନ୍ତ୍ରକ (CGA) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମ୍ମାନଜନକ ପଦବୀରେ ସେ ୨୯ତମ ଅଧିକାରୀ । ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ଯୋଜନା ଆରମ୍ଭ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।
କଲ୍ୟାଣୀ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଗୋଲ୍ଟ ମେଡାଲିଷ୍ଟ । ଲେଡି ଶ୍ରୀ ରାମ କଲେଜରୁ ରାଜନୀତି ବିଜ୍ଞାନରେ ବି.ଏ ଡିଗ୍ରୀ ହାସଲ କରିଛନ୍ତି । ଜବାହର ଲାଲ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତୀୟ ରାଜନୀତିରେ ଏମ୍.ଏ. କରିଛନ୍ତି । ୩୪ ବର୍ଷରୁ ଅଧିକ ସମୟ ଧରି ବିଶିଷ୍ଟ ସେବା ସହିତ, ଆର୍ଥିକ ପରିଚାଳନା, ଆକାଉଣ୍ଟିଂ, ସୁଶାସନରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । କଲ୍ୟାଣୀ ତାଙ୍କ କ୍ୟାରିଅରରେ, କଲ୍ୟାଣୀ ପ୍ରତିରକ୍ଷା, ଟେଲିକମ୍, ସାର, ଅର୍ଥ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ, ସୂଚନା ଏବଂ ପ୍ରସାରଣ ସମେତ ପ୍ରମୁଖ ମନ୍ତ୍ରଣାଳୟରେ କାର୍ଯ୍ୟ କରିଛନ୍ତି । କଲ୍ୟାଣୀ ନିରନ୍ତର ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସାର୍ବଜନୀନ ସେବା ପ୍ରଦାନରେ ସ୍ୱଚ୍ଛତା ଏବଂ ଦକ୍ଷତାକୁ ସମର୍ଥନ କରି ଆସିଛନ୍ତି । ଭାରତ ସରକାରଙ୍କଠାରୁ ସାର କ୍ରୟ ସହାୟତା ପାଇଁ ଚାଷୀମାନଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) ଯୋଜନା ଆରମ୍ଭ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।
କେବଳ ଭାରତ ନୁହେଁ କଲ୍ୟାଣୀଙ୍କ ଅବଦାନ ଭାରତ ବାହାରେ ବି ରହିଛି । ମହାନଗର ଟେଲିଫୋନ୍ ନିଗମ ଲିମିଟେଡ୍ (MTNL) ରେ, ସେ ଅନଲାଇନ୍ ବିଲ୍ ପେମେଣ୍ଟ ଏବଂ ପେମେଣ୍ଟ କିଓସ୍କ ମାଧ୍ୟମରେ ଡିଜିଟାଲ୍ ପରିବର୍ତ୍ତନର ନେତୃତ୍ୱ ନେଇଥିଲେ । ସିଜିଏ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ, କଲ୍ୟାଣୀ ଗୃହ ମନ୍ତ୍ରଣାଳୟର ପ୍ରିନ୍ସିପାଲ ଚିଫ୍ କଣ୍ଟ୍ରୋଲର୍ ଅଫ୍ ଆକାଉଣ୍ଟସ୍ ଭାବରେ କାର୍ଯ୍ୟ କରୁଥିଲେ, ଯେଉଁଥିଲେ ସେ ଗୋଟିଏ ବଜେଟ୍ ଏବଂ ଆକାଉଣ୍ଟିଂ ତଦାରଖ କରିଥିଲେ । ତାଙ୍କର ଅଭିଜ୍ଞତା ଏବଂ ନେତୃତ୍ୱ ଦେଶର ଆର୍ଥିକ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ସ୍ୱଚ୍ଛ ରଖିବ ବୋଲି ଆଶା କରାଯାଉଛି ।