ନୂଆଦିଲ୍ଲୀ : ପିଲାଙ୍କ ଭିତରେ ଭଲ କମ୍ୟୁନିକେସନ ସ୍କିଲ୍‌ ବଢାଇବା ଜରୁରୀ ହୋଇଥାଏ। ଯେଉଁଥିରେ ତାଙ୍କ ଭିତରେ ସୋସିଆଲ ସ୍କିଲ୍‌ ବଢି ଥାଏ। ନିଜ ମନରେ ସୃଷ୍ଟି ହୋଇଥିବା କଥାକୁ ଦର୍ଶାଇବା ସହ ସାଙ୍ଗସାଥି କରିବା ଓ ଲୋକଙ୍କ ସହ କଥାବାର୍ତ୍ତା କରିବାର ଜ୍ଞାନ ଦେବା ପିଲା ଦିନରୁ ହିଁ ଜରୁରୀ। ଏଥିରେ ବଡ଼ ହୋଇ ସେ କୌଣସି ବି ଅଜଣା ମଣିଷ ସହ କଥାବାର୍ତ୍ତା କରିବାରେ ନିଜକୁ ନିରାଶ ମନେ କରିବେ ନାହିଁ ଏବଂ ତାଙ୍କର କନଫିଡେନ୍ସ କମିବ ନାହିଁ। ଆସନ୍ତୁ ଜାଣିବା କେମିତି ପିଲାଙ୍କ ଭିତରେ କଥାବାର୍ତ୍ତା କରିବା ଦକ୍ଷତାକୁ ବୃଦ୍ଧି କରାଇବା। 

ପିଲାଙ୍କ ସହ ଭିନ୍ନ ଭିନ୍ନ ବିଷୟରେ କଥା ହୁଅନ୍ତୁ – 

ପିଲାଙ୍କ କମ୍ୟୁନିକେସନ ସ୍କିଲ୍‌ ସୁଧାରିବାକୁ ହେଲେ , ସର୍ବ ପ୍ରଥମେ ପିତାମାତାଙ୍କୁ ପିଲାଙ୍କ ସହ କଥାବାର୍ତ୍ତା କରିବାକୁ ହେବ। ଅଲଗା ଅଲଗା ବିଷୟକୁ ନେଇ ପିଲାଙ୍କ ସହ କଥାବାର୍ତ୍ତା ହୁଅନ୍ତୁ। ଭଲ ବୁକ୍ସକୁ ନେଇ ହବିଜ୍‌ ଓ ଏମିତି କି ଦେଶ ଦୁନିଆ ବିଷୟରେ ମଧ୍ୟ ପିଲାଙ୍କ ସହ କଥା ହୁଅନ୍ତୁ। ଏଥିରେ ପିଲାଙ୍କ ଭିତରେ କହିବା ଓ କଥାବାର୍ତ୍ତା କରିବାର ଦକ୍ଷତା ବଢିବ। 

ପିଲାଙ୍କୁ ପଚାରନ୍ତୁ ଆଜି ସାରାଦିନ କଣ ହେଲା –

ପିଲାଙ୍କ ସହ କଥାବାର୍ତ୍ତା ବଢାଇବାର ସବୁଠୁ ଭଲ ଉପାୟ ତାଙ୍କର ସ୍କୁଲ୍‌ ଓ ହବି୍‌ କ୍ଲାସେଜ୍‌ ବିଷୟରେ କଥାବାର୍ତ୍ତା କରିବା। ତାଙ୍କୁ ପଚାରନ୍ତୁ କି, ଆଦି ସାରାଦିନ କଣ ହୋଇଛି। ସେ କଣ ଶିଖିଲେ, କଣ ମସ୍ତି କଲେ। ଏମିତି ପଚାରିବା ଦ୍ୱାରା ପିଲା ନିଜ କଥାକୁ ଭଲ ଉପାୟରେ କହିବାକୁ ଚେଷ୍ଟା କରିବେ ଓ ମନର ଭାବନାକୁ କହି ପାରିବେ।

ନିତି ଅଭ୍ୟାସ କରିବା ଜରୁରୀ –

କୌଣସି ବି ଅନ୍ୟ ସ୍କିଲ୍‌ ପରି କଥାବାର୍ତ୍ତା ପାଇଁ ମଧ୍ୟ ନିତି ପ୍ରାକ୍ଟିସ୍‌ କରିବାକୁ ପଡ଼ିଥାଏ। ପିଲାଙ୍କ ସହ ପ୍ରତିଦିନ କଥାବାର୍ତ୍ତା ହୁଅନ୍ତୁ ଏବଂ କମ୍‌ ଶବ୍ଦରେ ଉତ୍ତର ଦିଅନ୍ତୁ ନାହିଁ। ଏଥିରେ ପିଲା ଅଧିକ ଶବ୍ଦରେ କହିବା ଶିଖି ପାରିବେ। 

ପିଲାଙ୍କ ସହ ବହି ପଢନ୍ତୁ – 

ପିଲାଙ୍କ ଭିତରେ କମ୍ୟୁନିକେସନ ସ୍କିଲ୍‌ ଡେଭଲପ୍‌ ହେବା ପାଇଁ , ତାଙ୍କ ସହ ବଢି ପଢନ୍ତୁ । ଯେଉଁଥିରେ ତାଙ୍କର ୱାର୍ଡ ପାୱାର ବଢିବ ଏବଂ ସେ ଏହି ଶବ୍ଦକୁ ବ୍ୟବହାର କରିବା ଶିଖି ପାରିବେ ।