ହାଇଦ୍ରାବାଦ,୧୮।୧୧: ଆନ୍ଧ୍ର ପ୍ରଦେଶର ଅଲ୍ଲୁରି ସୀତାରାମ ରାଜୁ ଜିଲ୍ଲାର ଏକ ସ୍କୁଲରୁ ଆସଛି ଆଶ୍ଚର୍ଯ୍ୟଜନକ ଖବର। ସକାଳର ପ୍ରାର୍ଥନାରେ ବିଳମ୍ବରେ ପହଁଞ୍ଚିଥିବା ୧୮ ଜଣ ଛାତ୍ରୀଙ୍କ ଚୁଟି କାଟିଦେଲେ ଶିକ୍ଷୟତ୍ରୀ। ଏହା ସହ ଛାତ୍ରୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ଖରାରେ ଛିଡା କରି ଦଣ୍ଡ ଦିଆଯାଇଥିଲା। ଘଟଣା ସମ୍ପର୍କରେ କାହାକୁ ନକହିବାକୁ ମଧ୍ୟ ଶିକ୍ଷୟତ୍ରୀ ଜଣକ ଧମକ ଛାତ୍ରୀଙ୍କୁ ଧମକ ଦେଇଥିଲେ। ଏହି ଘଟଣା ପରେ ଆରମ୍ଭ ହୋଇଛି ବିବାଦ।
ଏହି ଘଟଣା ଆନ୍ଧ୍ରର କସ୍ତୁବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଘଟିଛି। ଏହି ସ୍କୁଲ ଏକ ଆବାସିକ ବାଳିକା ମହାବିଦ୍ୟାଳୟ। ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କ ପରିଚୟ ସାଇ ପ୍ରସନ୍ନା ବୋଲି ଜଣାପଡିଛି। ଶିକ୍ଷୟତ୍ରୀଙ୍କ ଉପରେ ଛାତ୍ରୀଙ୍କ ସୁରକ୍ଷା ବିପଦରେ ପକାଇବାର ଅଭିଯୋଗ ରହିଛି।
ପ୍ରସନ୍ନା କଥିତ ଭାବରେ ୧୮ ଛାତ୍ରୀଙ୍କ ଚୁଟି କାଟିଛନ୍ତି, ଯେଉଁମାନେ କି ପାଣି ଅଭାବରୁ ସକାଳେ ପ୍ରାର୍ଥନା ସଭାରେ ବିଳମ୍ବରେ ପହଁଞ୍ଚିଥିଲେ। ପ୍ରସନ୍ନା କଥିତ ଭାବରେ ୪ ଜଣ ଛାତ୍ରୀଙ୍କୁ ମାଡ଼ ମାରିଥିବା ଓ ବାହାରେ ଖରାରେ ଠିଆ କରିଥିବା ଅଭିଯୋଗ ରହିଛି। ରିପୋର୍ଟ ଅନୁସାରେ, ସେ ଛାତ୍ରୀଙ୍କୁ ଏହା ମଧ୍ୟ କହିଛନ୍ତି ଯେ, ଘଟଣା ବିଷୟରେ କାହାକୁ କିଛି ନକହିବାକୁ। ଏହି ଘଟଣା ସେତେବେଳେ ସାମନାକୁ ଆସିଥିଲା ସେତେବେଳେ ଛାତ୍ରୀଙ୍କ ଅବିଭାବକ ଏହାର ଅଭିଯୋଗ କରିଥିଲେ। ପ୍ରସନ୍ନା ନିଜ କଥାକୁ ଲୁଚାଇବା ସହ କହିଛନ୍ତି, ଛାତ୍ରୀଙ୍କୁ ଅନୁଶାସନରେ ରଖିବା ପାଇଁ ଏଭଳି ପଦକ୍ଷେପ ଉଠାଇଛନ୍ତି।