ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

ବଡ଼ ଓଷା ପୂଜା ପାଇଁ ମୁରୁଜ ପକାଉଥିଲେ, ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

Published By : Prameya | November 14, 2024 8:01 PM

ମାଲକାନଗିରି, ୧୪/୧୧ : ମଣିଷ ଜୀବନ ପାଣି ଫୋଟକା, କାହାର କେତେବେଳେ କଣ ହେବ କିଏ ବି ଜାଣିପାରିବ ନାହିଁ,ମରଣ ବି ଏମିତି ଆସେ,ବଡ଼ ଓଷା ପୂଜା ପାଇଁ ମୁରୁଜ ପକାଉଥିବା ବେଳେ ହଠାତ ଜଣେ ଶିକ୍ଷୟତ୍ରୀ ଙ୍କ ଚାଲିଗଲା ଜୀବନ । ଏମିତି ଦୁଃଖ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ କୁଡୁମୁଲୁଗୁମା ଠାରେ।

 କୁଡୁମୁଲୁଗୁମ୍ମାସ୍ଥ  ପଦିଆପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ବେହେରା ଆଜି ସକାଳେ କାର୍ତ୍ତିକ ପୂର୍ଣ୍ଣମୀ ବଡ଼ ଓଷା ପାଇଁ ଘର ଚଉଁରା ମୂଳରେ ମୁରୁଜ ପକାଉଥିଲେ ।  ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ସେ ନିକଟରେ ଥିବା ପାଣି ବାଲ୍ଟି ଧରି ଘରଭିତରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡିଯାଇଥିଲେ। ପାଖ ପଡୋଶୀ ଓ ଅନ୍ୟ ଶିକ୍ଷକ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ କୁଡୁମୁଲୁଗୁମା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ।  ସେଠାରେ ପହଁଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

 ଆଜି ଶିଶୁ ଦିବସ ଥିବାରୁ ଶ୍ରୀମତୀ ବେହେରା କାମ ସାରି ସ୍କୁଲ କୁ ଯିବା ପାଇଁ ବ୍ୟସ୍ତ ହେଉ ଥିଲେ। ସେପଟେ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ଚାହିଁ ବସିଥିଲେ ଛାତ୍ର ଛାତ୍ରୀ ହେଲେ ବିଦ୍ୟାଳୟ କୁ ଯିବା ବଦଳରେ   ତାଙ୍କ ଶବ ଗଲା ମସାଣୀକୁ । ଏ ଦୁଃଖ ଖବର ଜାଣିବା ପରେ ପଦିଆପାଲି ବିଦ୍ୟାଳୟ ସହିତ କୁଡୁମୁଲୁଗୁମା ବ୍ଲକ ଶିକ୍ଷକ ସଂଘ ସହିତ ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘ ଓ ସମଗ୍ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମହଲ ରେ ଶୋକର ଛାୟା ଖେଳି ଯାଇଛି।  ଅମର ଆତ୍ମାର ସଦ୍ଗତି ନିମନ୍ତେ ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

 ଶ୍ରୀମତୀ ବେହେରାଙ୍କ ସ୍ୱାମୀ ସନାତନ ଦାସ ମଧ୍ୟ ପୂର୍ବରୁ କୁଡୁମୁଲୁଗୁମା ବ୍ଲକ ରେ ଶିକ୍ଷକ ଥିଲେ। ସେ   ଚାକରିରୁ ଅବସର ପରେ ନିଜ ଘର ଭଦ୍ରକ ଜିଲ୍ଲା ଷେଣ୍ଢତିରା ପଞ୍ଚାୟତ ସିଜୁଗଡିଆ ଗ୍ରାମକୁ ପଳାଇଥିଲେ।  ମୃତ ଶିକ୍ଷୟତ୍ରୀ ଶ୍ରୀମତୀ ବେହେରାଙ୍କ ମର ଶରୀରକୁ ଅନ୍ୟ ଶିକ୍ଷକମାନେ ତାଙ୍କ ନିଜ ଘର ଭଦ୍ରକକୁ ସ୍ୱତନ୍ତ୍ର ଗାଡି ଯୋଗେ ନେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.