ଜହ୍ନlପଙ୍କ,୭/୧୨ : ଜାତୀୟ ରାଜପଥ ୫୭ ନଂର ବୌଦ୍ଧ ଥାନା ତେଲିବନ୍ଧ ପନ୍ଥାଇ ନିକଟରେ ରବିବାର ଅପରାହ୍ନ ୩ଟା ସମୟରେ ବାଇକ ଦୁର୍ଘଟଣାରେ ଗୁରୁତର ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୨ଟା ୪୫ ମିନିଟ ସମୟରେ ବହିରା ସ୍କୁଲର ଶିକ୍ଷକ ଦେସବନ୍ଧୁ ମହାକୁଳ କୌଣସି କାମରେ ନିଜ ଘରୁ ଜହ୍ନାପଙ୍କ ଆଡ଼କୁ ଆସୁଥିଲେ । ଏହି ସମୟରେ ତେଲିବନ୍ଧ ପନ୍ଥାଇ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନା ପଠାଇ ଥିଲେ ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ବୌଦ୍ଧ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପାଇଁ ପଦକ୍ଷେପ ନେଉଛି l ଉକ୍ତ ଘଟଣା ପ୍ରଚାରିତ ହେବା ପରେ ବହିରା ଅଂଚଳରେ ଶୋକର ଛାୟା ଖେଳିଯାଇଛି।