ଫିରିଙ୍ଗିଆ, ୧।୧୨ : ବିଦ୍ୟାଳୟ ଅଛି I ପାଠ ପଢିବା ପାଇଁ ଛାତ୍ର ଛାତ୍ରୀ ମଧ୍ୟ୍ୟ ଅଛନ୍ତି I କିନ୍ତୁ ବିଦ୍ୟାଳୟ କୁ ଶିକ୍ଷକ ଆସୁନଥିବାରୁ ବିଦ୍ୟାଳୟରେ ପାଠପଢ଼ା ଠପ ହୋଇଯାଇଛି I ବିଦ୍ୟଳୟ କୁ ପାଠ ପଢିବା ପାଇଁ ଆସୁଥିବା ଛାତ୍ର ଛାତ୍ରୀ ନିତିଦିନ ବିଦ୍ୟାଳୟ କୁ ଆସି ପାଠ ନପଢି କେବଳ ମାଧ୍ୟାନ୍ନ ଭୋଜନ ଖାଇ ଘରକୁ ଚାଲିଯାଉଛନ୍ତି I ସେପଟେ ବିଦ୍ୟାଳୟ କୁ ଶିକ୍ଷକ ଆସୁନଥିବାରୁ ପାଚିକା ଚଳାଉଛନ୍ତି ବିଦ୍ୟାଳୟ I ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପକାରୀ ପଂଚାୟତ ଅଧୀନରେ ଥିବା ସିପାଞ୍ଜିରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ I
ସୂଚନା ଅନୁସାରେ ଏହି ବିଦ୍ୟାଳୟଟି ପକାରୀ ପଞ୍ଚାୟତର ସର୍ବ ପୁରାତନ ବିଦ୍ୟାଳୟ । ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ସମୁଦାୟ ୨୨ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି I ତେବେ ବିଦ୍ୟଳୟକୁ ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ଆସୁଥିବା ବେଳେ ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ଅବହେଳା ପାଇଁ ଏଠି ପାଠପଢା ଠପ ହୋଇଯାଇଛି I ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦଶହରା ଛୁଟି ଠାରୁ ସ୍କୁଲକୁ ଆସୁ ନାହାନ୍ତି। ଅଭିଯୋଗ ହେବା ପରେ ଫିରିଙ୍ଗିଆ ଶିକ୍ଷା ବିଭାଗ ସମ୍ପୃକ୍ତ ଶିକ୍ଷକଙ୍କୁ କେବଳ କାରଣ ଦର୍ଶାଅ ନୋଟିସ ସହ ଦରମା ବନ୍ଦ କରି କାମ ସାରିଦେଇଛି I ସେପଟେ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ମଧ୍ୟ୍ ଠିକ ଭାବରେ ବିଦ୍ୟାଳୟ କୁ ଆସୁ ନାହାନ୍ତି।ସେପଟେ ବିଦ୍ୟାଳୟକୁ ଶିକ୍ଷକ ମାନେ ଆସୁନଥିବାରୁ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ମାନେ ବିଦ୍ୟାଳୟକୁ ପରିଚାଳନା କରୁଛନ୍ତି ଓ ବିଦ୍ୟାଳୟ କୁ ଆସୁଥିବା ଛାତ୍ରଛାତ୍ରୀ କେବଳ ମାଧ୍ୟାନ୍ନ ଭୋଜନ ଖାଇ ଘରକୁ ଫେରିଯାଉଛନ୍ତି I
ତେବେ ଦୀର୍ଘଦିନ ଧରି ଏହି ବିଦ୍ୟାଳୟ ରେ ଲାଗିରହିଥିବା ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଓ ଅଭିଭାବକ ମାନେ ଅଭିଯୋଗ କରିଆସୁଥିବା ବେଳେ ଶିକ୍ଷାବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଗ୍ରାମରେ ଅଭିଭାବକ ଓ ଗ୍ରାମବାସୀ ମାନଙ୍କ ମଧ୍ୟ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି I ସେପଟେ ବିଦ୍ୟାଳୟ ର ସମସ୍ୟା ବିଷୟରେ ଗୋଷ୍ଠି ଶିକ୍ଷା ଅଧିକାରି ବିନୋଦ ବିହାରୀ ଦିଗଲା ଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ଅନ୍ୟତ୍ର ବଦଳି କରାଯାଇ ଅନ୍ୟ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ରେ ନିଯୁକ୍ତି ଦେବା ପାଇଁ ଅଭିଵାବକ ଓ ଗ୍ରାମବାସୀ ଦାବି କରିଛନ୍ତି I