ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କ୍ରିପ୍ଟୋ କରେନ୍ସି କାରବାର ପାଇଁ ଶିକ୍ଷକଙ୍କୁ ଅପହରଣ ଘଟଣା, ଅପହୃତ ଶିକ୍ଷକ ଉଦ୍ଧାର

Published By : Harapriya Sethi | February 13, 2025 9:06 AM

ଭୁବନେଶ୍ୱର,୧୩/୦୨: କ୍ରିପ୍ଟୋ କରେନ୍ସି କାରବାର ପାଇଁ ଶିକ୍ଷକଙ୍କୁ ଅପହରଣ ଘଟଣା । ଅପହୃତ ଶିକ୍ଷକଙ୍କୁ ଉଦ୍ଧାର କରି ଜଣେ ନାବାଳକ ସହ ୩ ଅପହରଣକାରୀଙ୍କୁ ଗିରଫ କଲା କରଞ୍ଜିଆ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ସୌଭାଗ୍ୟ ଦାସ, ବ୍ରହ୍ମାନନ୍ଦ ନାଏକ,  ପ୍ରଭାତ କୁମାର ମହାନ୍ତି ଓ ଜଣେ ନାବାଳକ । ସେମାନଙ୍କ ନିକଟରୁ ମୋବାଇଲ ଓ ଅପହରଣରେ ବ୍ୟବହୃତ ଏକ ଗାଡ଼ିକୁ ଜବତ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଏଭଳି ଘଟଣା ଘଟଛି । 

ସୂଚନା ମୁତାବକ, ଫେବୃୟାରୀ ୧୦ ତାରିଖରେ ଯଶିପୁର ବ୍ଲକ୍ ଧୁଡୁକୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର ନାଥ ସିଙ୍କୁ ଅପହରାଣ କରାଯାଇଥିଲା । ବିଦ୍ୟାଳୟରୁ ଫେରିବା ବେଳେ ୨୨୦ ନଂ ଜାତୀୟ ରାଜପଥ କାଳିକାପୂର ଛକ ନିକଟରେ ତାଙ୍କୁ କାର୍ ଭିତରୁ ଟାଣିଆଣି ଅନ୍ୟ ଏକ ଗାଡ଼ିରେ ଅପହରଣ କରି ନେଇଥିଲେ ଅପହରଣକାରୀ । ଏନେଇ ଥାନାରେ ଏତଲା ଦେଇଥିଲେ ତାଙ୍କ ପତ୍ନୀ ।  ତାଙ୍କ ପତ୍ନୀଙ୍କ ଏତଲାକୁ ଆଧାର କରି ପୋଲିସର ୩ ଟି ଟିମ୍ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଏକ ଜଙ୍ଗଲରୁ ଅପହୃତ ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ୪ ଜଣ ଅପହରଙ୍କରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଶିକ୍ଷକ ଜଣକ ୧୫ ଲକ୍ଷ ଟଙ୍କା ହେରଫେର କରିଥିବା ନେଇ ତାଙ୍କୁ ଅପହରଣ କରାଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଓ ଅପହରଣରେ ବ୍ୟବହୃତ ଏକ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍  ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.