ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମାନବିକତା: ରକ୍ତ ଦାନ କରି ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ ଶିକ୍ଷକ

Published By : Suraj Kumar | November 4, 2024 10:24 PM

ମାଲକାନଗିରି,୪।୧୧ : ଜଣେ ଶିକ୍ଷକ ଗୋଟିଏ ଛାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ରକ୍ତ ଦାନ କରି ମାନବିକତାର ପରିଚୟ ଦେଇଛନ୍ତି। ଏପରି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ।  

ସୂଚନା ଅନୁଯାୟୀ ମାଥିଲି ବ୍ଲକ ତିମସ୍ପୁଟ ଆଶ୍ରମ ବିଦ୍ୟାଳୟର ମମତା ମାଣ୍ଡି(୧୨) ପଞ୍ଚମ ଶ୍ରେଣୀର ଛାତ୍ରୀ ଅଧୟନରତ ଥିବା ବେଳେ ସିକିଲିନ ରୋଗରେ ପୀଡିତ ଥିଲେ। ତେବେ ହଠାତ ମମତାଙ୍କୁ ରକ୍ତ ଅଭାବ ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିବା ବେଳେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଙ୍ଗୁଳୁ କିର୍ଶ।ନି ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥଲେ। ଡାକ୍ତର ରକ୍ତ ଦରକାର କହିବାରୁ ପ୍ରଧାନ ଶିକ୍ଷକ ରକ୍ତ ଭଣ୍ଡାର ଯାଇ ବୁଝିବାରୁ ସେଠାର "ବି" ପଜେଟିଭ୍ ରକ୍ତ ନଥିଲା। ଗୋଟିଏ ପଟେ ମମତାଙ୍କ ଅବସ୍ଥା  ବେଳକୁ ବେଳେ ବିଗୁଡୁଥିବା ବେଳେ ବହୁ ପ୍ରଚେଷ୍ଟା ପରେ ମଧ୍ୟ ରକ୍ତ ମିଳି ନଥିଲା। 

ତେବେ ଏହି ଖବର ମାଥିଲି ବ୍ଲକର ମେକା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ବାରିକ ଜାଣିବାକୁ ପାଇଥିଲେ। ତାଙ୍କ ରକ୍ତ ଗ୍ରୁପ "ବି" ପଜେଟିଭ୍ ଥିବାରୁ ତୁରନ୍ତ ମମତାର ଜୀବନ ବଞ୍ଚାଇବା ପାଇଁ ଶ୍ରୀ ବାରିକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତ ଦେଇଥିଲେ। ଯାହା ଫଳରେ ମମତାଙ୍କୁ ରକ୍ତ ମିଳିଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି। 

ତେବେ ରକ୍ତ ଭଣ୍ଡାରରେ ଶ୍ରୀ ବାରିକ ରକ୍ତ ଦେଉଥିବା ବେଳେ ମାଥିଲି ବ୍ଲକ ମଙ୍ଗଲ ଅଧିକାରୀ ଶିବ ଶଙ୍କର ସାହୁ, ଜିଲ୍ଲା ବସ ସଂଘର ସଦସ୍ୟ ଛବି ଦାସ, ଓ ନିରଞ୍ଜନ ସ୍ବାଇଁ ପ୍ରମୁଖ ସେଠାରେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶ୍ରୀ ବାରିକଙ୍କ ଏପରି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ଏବଂ ମମତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.