ପାପଡାହାଣ୍ଡି, ୨୨।୬ (ଆପ୍ର) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମପଞ୍ଚାୟତ ସଦର ମହକୁମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟଳୟରେ ନକଲି ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଥିବା ଶିକ୍ଷକ ନାରାୟଣ ହରିଜନ ନାମରେ ଥାନାରେ ଏତଲା ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ପ୍ରଧାନ ଶିକ୍ଷୟତ୍ରୀ ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ । ଘଟଣା ପରେ ଶିକ୍ଷକ ଜଣକ ଫେରାର ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ସରକାରୀ ନିୟମ ଅନୁଯାୟୀ ପ୍ରମାଣ ପତ୍ର ଦେଇ ୨୦୧୪ ମସିହା ରୁ ନାରାୟଣ ହରିଜନ ହିନ୍ଦୀ ଶିକ୍ଷକ ରୂପେ ଦାୟିତ୍ୱ ତୁଲାଇ ଥିଲେ । ସେ ଆଗ୍ରା ୟୁନିଭରସିଟି ପ୍ରମାଣ ପତ୍ର ଦେଇ ଥିଲେ ।ବର୍ତ୍ତମାନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଯାଞ୍ଚ ପରେ ଏହି ଆଗ୍ରା ୟୁନିବରସିଟି ସାର୍ଟିଫିକେଟ ନକଲି ବୋଲି ଜାଣିବା ପରେ ଡିଇଓ ଘାଟଗୁଡା ପ୍ରଧାନ ଶିକ୍ଷୟତ୍ରୀକୁ ଜଣେଇଥିଲେ । ଏହା ଜାଣିବା ପରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞାପରମିତା ନାୟକ ପାପଡାହାଣ୍ଡି ଥାନାରେ ଏକ ଏତଲା ଦେଇଛନ୍ତି । ପାପଡାହାଣ୍ଡି ଥାନାରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି |