ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଛାତ୍ରଙ୍କୁ ପରୀକ୍ଷାରୁ ଉଠାଇ କୁକୁଡା ମାରିବାକୁ ବାଧ୍ୟ କଲେ , ଶିକ୍ଷକ ନିଲମ୍ୱିତ

Published By : Prameya | April 27, 2025 10:25 PM

ଉଦୟପୁର : ରାଜସ୍ଥାନର ଉଦୟପୁରରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଜଣେ ସରକାରୀ ସ୍କୁଲର୍‌ ଶିକ୍ଷକ ପରୀକ୍ଷା ବେଳେ ୯ମ ଶ୍ରେଣୀର ଛାତ୍ରଙ୍କୁ କୁକୁଡ଼ା କାଟି ସଫା କରିବାକୁ ବାଧ୍ୟ କରିଥିଲେ। ଅଧିକାରୀମାନେ ରବିବାର ଘଟଣାର ସୂଚନା ଦେଇ କହିଛନ୍ତି ଯେ, ଏହି ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ୱିତ କରି ଦିଆ ଯାଇଛି।

ସୂଚନା ଆଧାରରେ , ବିଦ୍ୟାଳୟର ଶିକ୍ଷକ ମୋହନ ଲାଲ ଡୋଡା ୯ମ ଶ୍ରେଣୀର ଛାତ୍ର ରାହୁଲ କୁମାର ପାରଗୀଙ୍କୁ ପରୀକ୍ଷା ମଧ୍ୟରେ ଉଠାଇ ଥିଲେ ଏବଂ ତା ଉପରେ ଚାପ ପକାଇ କୁକୁଡ଼ା କଟାଇ ଥିଲେ। ଘଟଣାର ସୂଚନା ଗାଁରେ ବ୍ୟାପି ଯିବା କ୍ଷଣି ଗ୍ରାମବାସୀମାନେ ରାଗି ଯାଇ ଥିଲେ। ଗ୍ରାମବାସୀ ଏହାର ଅଭିଯୋଗ ମନ୍ତ୍ରୀ ବାବୁଲାଲ ଖରାଡିଙ୍କୁ କରି ଥିଲେ। ମନ୍ତ୍ରୀ ବାବୁଲାଲ ଖରାଡି ପୂରା ମାମଲାରେ ରିପୋର୍ଟ ମାଗିଛନ୍ତି। 

ଅଧିକାରୀମାନେ କହିଛନ୍ତି ଯେ , ବିଦ୍ୟାଳୟର ଅନ୍ୟ ପିଲାମାନେ ଗତ ମାସେ ହେବ ସ୍କୁଲରେ ପୁଷ୍ଟିକର ଆହାର ମିଳି ନ ଥିବାର ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କ ଦ୍ୱାର ସ୍କୁଲର ରୋଷେୟାଙ୍କୁ ତଡ଼ିବାର ଅଭିଯୋଗ କରାଯାଇଛି। ଯେଉଁଥିରେ ପିଲାଙ୍କୁ ବିନା ଭୋଜନରେ ରହିବାକୁ ପଡ଼ୁଛି। 

ମନ୍ତ୍ରୀ ବାବୁଲାଲ ଖରାଡେ ତୁରନ୍ତ ଏହି ମାମଲାକୁ ଧ୍ୟାନକୁ ନେଇ କୋଟଡା ଉପଖଣ୍ଡ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଉପଖଣ୍ଡ ଅଧିକାରୀ ହସମୁଖ କୁମାରଙ୍କର ରିପୋର୍ଟର ଆଧାର ଉପରେ ସଂପୃକ୍ତି ଶିକ୍ଷକଙ୍କୁ ଛାତ୍ରଙ୍କ ଦ୍ୱାରା କୁକୁଡା କଟାଇବା ନେଇ ଦୋଷୀ କରାଇତାଙ୍କୁ ନିଲମ୍ୱିତ କରିଦିଆ ଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.