ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗୋଟିଏ କୋଠରୀରେ ଚାଲିଛି ୫ ଶ୍ରେଣୀ , ବାଧାପ୍ରାପ୍ତ ହେଉଛି ପାଠ ପଢା

Published By : Suraj Kumar | February 8, 2025 9:54 PM

ଫିରିଙ୍ଗିଆ,୮/୨ :  ବିଦ୍ୟାଳୟ ଅଛି,  ବିଦ୍ୟାଳୟ ରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷକ ମଧ୍ୟ ନିଯୁକ୍ତି ପାଇଛନ୍ତି I କିନ୍ତୁ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବ ରୁ ପାଠପଢା ସମ୍ପୂର୍ଣ ମାତ୍ରା ରେ ବାଧାପ୍ରାପ୍ତ ହୋଇଛି I  ଏଭଳି ଏକ ବିଦ୍ୟାଳୟ ରହିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସାଡୀଙ୍ଗିଆ ପଞ୍ଚାୟତ ର ବାନ୍ଦାଦଣି ଗାଁରେ I 

ସୂଚନା ଅନୁସାରେ ଦୀର୍ଘ ଚାଳିଶ ବର୍ଷ ହେବେ ଏହି ବାନ୍ଦାଦଣି ଗାଁରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା I ବିଦ୍ୟାଳୟ ଆରମ୍ଭ ହେବା ସମୟରେ ଗୋଟିଏ ମାତ୍ର କୋଠରୀ  ନିର୍ମାଣ କରାଯାଇଥିଲା I  ସେହି କୋଠରୀ ରେ ହିଁ ଶିକ୍ଷାଦାନ ଚାଲୁ ରହିଥିବା ବେଳେ ଅନ୍ୟ କୌଣସି କୋଠରୀ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ I ସେପଟେ ବର୍ତ୍ତମାନ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏ ରହିଥିବା ବେଳେ ୧୬ ଜଣ ଛାତ୍ରଛାତ୍ରୀ ଅଧୟନ  ଅଛନ୍ତି ଓ ଦୁଇଜଣ ଶିକ୍ଷକ ମଧ୍ୟ୍ୟ ରହିଛନ୍ତି I କିନ୍ତୁ ଶ୍ରେଣୀ କୋଠରୀ ଅଭାବରୁ ଗୋଟିଏ କୋଠରୀ ରେ ଚାଲିଛି ପାଞ୍ଚଟି ଶ୍ରେଣୀ ର ଶିକ୍ଷାଦାନ I 

ଏହି ଶ୍ରେଣୀ ଗୃହ ସମସ୍ୟା କୁ ନେଇ କିଛିଦନ ତଳେ ଅଭିଭାବକ ମାନଙ୍କ ଦାବିକୁ ଆଖିଆଗରେ ରଖି ବିଦ୍ୟାଳୟରେ ଥିବା ଶ୍ରେଣୀ କୋଠରିକୁ ୨୦୨୩/୨୪ ଆର୍ଥିକ ବର୍ଷ ରେ ଆମ ଓଡ଼ିଆ ନବୀନ ଓଡିଶା ଯୋଜନା ମାଧ୍ୟମରେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମରାମତି କରାଯାଇଥିଲା I କିନ୍ତୁ କାମଟି ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇନଥିବା ଦେଖିବାକୁ ମିଳିଛି I 

 ସେପଟେ ବିଦ୍ୟାଳୟ ଚତୁରପାର୍ଶ୍ୱରେ ପାଚେରୀ ନଥିବା ଓ ବିଦ୍ୟାଳୟଟି ରାସ୍ତା ପାର୍ଶ୍ୱରେ ଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସବୁବେଳେ ବିପଦ ରହିଛି । ବିଦ୍ୟାଳୟ ପରିସରରେ ପାଣିରେ ସୁବିଧା ପାଇଁ ଏକ ନଳକୂପ ଥିବା ବେଳେ ତାହା ଠିକ୍ ରେ ପାଣି ଆସୁନି ।  ତେବେ ଏହି ବିଦ୍ୟାଳୟ ରେ ଏକ ନୂତନ ଶ୍ରେଣୀ କୋଠରୀ ନିର୍ମାଣ କରିବା ସହ ବିଦ୍ୟାଳୟ ଶ୍ରେଣୀ କୋଠରୀ   କାମ କୁ ଶୀଘ୍ର ମରାମତି କରିବା ଓ ସ୍କୁଲ ଚତୁର୍ପାଶ୍ୱରେ ପାଚେରୀ ନିର୍ମାଣ ଓ ପିଇବା ପାଣିରେ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀ ମନେ ଦାବି କରିଛନ୍ତି I ଏବିଓକୁ ଶିବାଜୀ କହଁର ପଚାରି ବାରୁ ଖୁବ ଶୀଘ୍ର କାମ୍ ହେବ ବୋଲି କହିଛନ୍ତି I 

ଏହି ଅର୍ଦ୍ଧ ନିର୍ମିତ କାମ ବିଷୟରେ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାତ୍ରଙ୍କୁ  ପଚା ରିବାରୁ ବିଲ ହୋଇ ନାହିଁ  ଏଥିସହ ଠିକାଦାର ଙ୍କ ଅବହେଳା ପାଇଁ କାମଟି ସମ୍ପୂର୍ଣ ହୋଇପାରିନାହିଁ ବୋଲି କହିଛନ୍ତି I 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.