ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ

Published By : Prameya | May 15, 2025 8:28 AM

ଭୁବନେଶ୍ୱର, ୧୫/୦୫: ଶିକ୍ଷାବର୍ଷ ୨୦୨୫-୨୬ ପାଇଁ  ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ଶିକ୍ଷକମାନଙ୍କ  ବଦଳି ପ୍ରକ୍ରିୟା କ୍ୟାଲେଣ୍ଡର ପ୍ରକାଶ ପାଇଛି । ବଦଳି ପ୍ରକ୍ରିୟା  ପାଇଁ ଆଜିଠୁୁ ଆବେଦନ ଆରମ୍ଭ ହେବ । ଯାହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ବୁଧବାର ଦୁଇଟି ପୃଥକ ଚିଠି ପ୍ରକାଶ ପାଇଛି । ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କ ବଦଳି  ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଗିରିଶ ଚନ୍ଦ୍ର ସିଂ  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିବା ବେଳେ ଆଉ  ଏକ ଚିଠି ଅତିରିକ୍ତ ସଚିବ ଯଦୁମଣି ମହଲା ପ୍ରାଥମିକ ଶିକ୍ଷା  ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି । 

ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ  ହେବାକୁ ଥିବା ବଦଳି ଆବେଦନ ଗୁରୁବାରଠାରୁ ଆରମ୍ଭ  ହେବ । ୩୦ରେ ଆବେଦନ ସରିବା ପରେ ୩୧ ତାରିଖରେ  ଜିଲ୍ଲା ଶିକ୍ଷାଧିକାରୀମାନେ ଆବେଦନକୁ ଅପଲୋଡ୍‌ କରିବେ ।  ଜୁନ୍‌ ୫ରେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଶିକ୍ଷକଙ୍କ ଆବେଦନକୁ  ରାଜ୍ୟ ମେଡିକାଲ ବୋର୍ଡ ତର୍ଜମା କରିବ । ଜୁନ୍‌ ୧୧ରେ ଯୋଗ୍ୟ  ବିବେଚିତ ଶିକ୍ଷକଙ୍କ ତାଲିକା ପ୍ରକାଶ ପରେ ୧୩ ତାରିଖରେ  ବଦଳି ନିର୍ଦ୍ଦେଶ ବାହାରିବ । ସେହିପରି ଯେଉଁ ସ୍କୁଲରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ରହିଛନ୍ତି ସେମାନଙ୍କ ତାଲିକା ମେ ୩୧ରେ ପ୍ରକାଶ ପାଇବ । ଜୁନ୍‌ ୧୫ ସୁଦ୍ଧା ଡିଇଓମାନେ ସମାନୁପାତିକ ଶିକ୍ଷକ ପ୍ରସ୍ତାବ ପ୍ରସ୍ତୁତ କରିବେ । ଜୁନ୍‌ ୩୦ ତାରିଖ  ସୁଦ୍ଧା ବଦଳି ନିର୍ଦ୍ଦେଶ ପ୍ରଦାନ କରାଯିବ । 

ସେହିପରି ପ୍ରାଥମିକ ସ୍କୁଲମାନଙ୍କରେ ଥିବା ଶିକ୍ଷକ  ଜିଲ୍ଲାସ୍ତରୀୟ, ଅନ୍ତଃଜିଲ୍ଲାରେ ଥିବା ଦୁଇ ଜଣଙ୍କ ମଧ୍ୟରେ ଆପୋସ  ବଦଳି ଓ ଜିଲ୍ଲା ମଧ୍ୟରେ ବଦଳି ପାଇଁ ମଧ୍ୟ ଆଜିଠୁ ଆବେଦନ  କରାଯିବ । ୩୦ ତାରିଖରେ ଆବେଦନ ସରିବା ପରେ ଜୁନ୍‌ ୩  ତାରିଖ ସୁଦ୍ଧା ପ୍ରସ୍ତାବକୁ ବିଇଓମାନେ ଡିଇଓଙ୍କୁ ଦେବେ । ଜୁନ୍‌ ୫  ସୁଦ୍ଧା ଏହି ପ୍ରସ୍ତାବକୁ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦିଆଯିବ । ଜୁନ୍‌ ୯ ସୁଦ୍ଧା  ନିର୍ଦ୍ଦେଶକ ଏହି ପ୍ରସ୍ତାବକୁ ଅନୁମୋଦନ କରିବେ । ୧୧ ତାରିଖରେ  ତାଲିକା ଓସେପା ୱେବସାଇଟ୍‌ରେ ମିଳିବ । 

୧୩ ତାରିଖରେ ନୂଆ  ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି । ଯଦି କୌଣସି ସ୍କୁଲରେ  ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶିକ୍ଷକ ଅଛନ୍ତି ସେମାନଙ୍କ  ତାଲିକା ମେ ୧୭ରେ ଓସେପା ପ୍ରସ୍ତୁତ କରିବ । ମେ ୨୬ ସୁଦ୍ଧା  ଏକ କମିଟି ଗଠନ କରାଯିବ, ଜୁନ୍‌ ୩ ସୁଦ୍ଧା ତାଲିକାକୁ କମିଟି  ଚୂଡ଼ାନ୍ତ କରିବ । ଜୁନ ୧୦ ସୁଦ୍ଧା ସମସ୍ତ ନିଷ୍ପତ୍ତି ବିଭାଗକୁ ଜଣାଇ  ଦିଆଯିବ । ଜୁନ୍‌ ୧୨ ତାରିଖ ସୁଦ୍ଧା ବିଇଓ, ଡିଇଓ ବଦଳି ନିର୍ଦ୍ଦେଶ  ପ୍ରକାଶ କରିବା ସହ ଓସେପାକୁ ପ୍ରଦାନ କରାଯିବ । ଜୁନ୍‌ ୧୩  ତାରିଖ ସୁଦ୍ଧା ସ୍କୁଲରେ ଶିକ୍ଷକ ଯୋଗଦେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.