• ଦିଲ୍ଲୀରେ ସ୍କୁଲ ଶିକ୍ଷକଙ୍କୁ ନୂଆ ଡ୍ୟୁଟି 
  • ଶିକ୍ଷା ନିର୍ଦ୍ଦେଶାଳୟ ଜାରି କଲେ ନିର୍ଦ୍ଦେଶ
  • ବୁଲା କୁକୁରଙ୍କ ଗଣତି କରିବେ ଶିକ୍ଷକମାନେ
  • ପିଲାଙ୍କ ସୁରକ୍ଷା ନେଇ ଏହି ପଦକ୍ଷେପ
  • ସୋସିଆଲ ମିଡ଼ିଆରେ ଯୁକ୍ତିତର୍କ ଜୋର 

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ସହରରେ ବୁଲା କୁକୁରଙ୍କ ଗଣତି କରିବା ପାଇଁ ସ୍କୁଲ ଟିଚରଙ୍କୁ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସରକାରୀ ଓ ଘରୋଇ , ଦୁଇ ପ୍ରକାରର ସ୍କୁଲ ଶିକ୍ଷକ ସାମିଲ ହେବେ। ଏହି ନିର୍ଦ୍ଦେଶ ଶିକ୍ଷା ନିର୍ଦ୍ଦେଶାଳୟ ଜାରି କରିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଡାଲ ଅଧିକାରୀ କରିବା ଓ ଚୟନ କରାଯାଇ ଥିବା ଶିକ୍ଷକଙ୍କ ସୂଚନା ଶିକ୍ଷା ନିର୍ଦ୍ଦେଶାଳୟକୁ ପଠାଇବାକୁ କୁହାଯାଇଛି। ପରେ ଏହି ସୂଚନା ଦିଲ୍ଲୀ ସରକାରଙ୍କ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟକୁ ଦିଆଯିବ। ଶିକ୍ଷା ନିର୍ଦ୍ଦେଶାଳୟର କହିବାନୁସାରେ, ଏହି କାମ ଲୋକଙ୍କ ସୁରକ୍ଷା ସହ ଜଡ଼ିତ ଏବଂ ସୁପ୍ରିମକୋର୍ଟଙ୍କର ୭ ନଭେମ୍ୱର ୨୦୨୫ର ନିର୍ଦ୍ଦେଶ ଅନୁସାରେ କରାଯାଉଛି। ଏଥିପାଇଁ ଏହାକୁ ବହୁତ ଜରୁରୀ କାମ କୁହାଯାଇଛି।

ଏହାସହ ମଧ୍ୟ ପଢନ୍ତୁ : ଅଦାନୀଙ୍କ ଜୀବନ ଯାତ୍ରା ପରିଶ୍ରମୀ ଯୁବବର୍ଗଙ୍କ ପାଇଁ ପ୍ରେରଣାଦାୟୀ : ଶରଦ ପାୱାର

ଦିଲ୍ଲୀରେ ବୁଲା କୁକୁରଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି, ଯେଉଁଥିରେ ସ୍କୁଲର ଆଖପାଖରେ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢି ଯାଇଛି। ଏହି କାରଣରୁ ପ୍ରଶାସନ ଏକ ନୂଆ ପଦକ୍ଷେପ ନେଇଛି। ଏବେ ସରକାରୀ ସ୍କୁଲର ଶିକ୍ଷକଙ୍କୁ ସ୍କୁଲ ପରିସର ଓ ଆଖପାଖରେ ଥିବା ବୁଲା କୁକୁରଙ୍କ ଗଣତି ଓ ନିରୀକ୍ଷଣ ର କାମ ଦିଆଯାଇଛି। ଶିକ୍ଷକଙ୍କୁ ଏହି ଦାୟିତ୍ୱ ଦିଆ ଯାଇଛି ଯେ, ଏହା ଦେଖିବେ ଯେ, ସ୍କୁଲ୍ ଭିତରେ କିମ୍ୱା ବାହାରେ କେତେ ବୁଲା କୁକୁର ବୁଲୁଛନ୍ତି, ସେମାନେ କେଉଁଠି ଅଧିକ ଦେଖା ଦିଅନ୍ତି ଏବଂ ସେମାନେ ପିଲାଙ୍କ କଣ ପିଲାଙ୍କ ପାଇଁ ବିପଦ ହୋଇ ପାରିବେ। ଯଦି କୌଣସି ଅଞ୍ଚଳରେ କୁକୁରଙ୍କ ସଂଖ୍ୟା ଅଧିକ ହୋଇଥିବା କିମ୍ୱା ପିଲାଙ୍କ ଉପରେ ଆକ୍ରମଣ ହେବାର ବିପଦ ଥିବ , ତ ଏହାକୁ ତୁରନ୍ତ ରିପୋର୍ଟ ସମ୍ୱନ୍ଧିତ ବିଭାଗକୁ ନିରୀକ୍ଷଣ କରିବାକୁ ହେବ।

ପ୍ରଶାସନର କହିବାନୁସାରେ, ଏହି ପଦକ୍ଷେପର ଉଦ୍ଦେଶ୍ୟ ପିଲାଙ୍କୁ ସୁରକ୍ଷିତ ରଖିବା ଏବଂ ସମୟାନୁସାରେ ଏହି ସମସ୍ୟାର ସୂଚନା ନେବା, ଯାହାକି ନଗର ନିଗମ କିମ୍ୱା ପଶୁ ବିଭାଗ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେଇ ପାରିବ। ହେଲେ , ଅନେକ ଶିକ୍ଷକ ସଙ୍ଗଠନ ଏହି ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ତାଙ୍କର କହିବାନୁସାରେ , ଶିକ୍ଷକଙ୍କ ମୁଖ୍ୟ କାମ ପଢାଇବା, ନୁହେଁ କି ବୁଲା କୁକୁରଙ୍କ ଗଣତି କରିବା। ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଯୁକ୍ତତର୍କ ଆରମ୍ଭ ହୋଇ ଯାଇଛି। କିଛି ଲୋକ ଏହାକୁ ପିଲାଙ୍କ ସୁରକ୍ଷା ପାଇଁ ଜରୁରୀ ମନେକରି ଥିବା ବେଳେ ଆଉ କିଛି ସରକାରଙ୍କୁ ଏଥିପାଇଁ ଅଲଗା ଷ୍ଟାଫ୍ କିମ୍ୱା ଏଜେନ୍ସି ନିଯୁକ୍ତ କରିବା ଉଚିତ୍।