ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ଲାଗି ଭାରତୀୟ ଦଳ ଘୋଷଣା

Published By : Tapas Panda | October 25, 2024 11:28 PM

Image Courtesy: abplive

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ୍‌ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆସନ୍ତା ଟି-୨୦ ସିରିଜ୍‌ ଲାଗି ଟିମ୍‌ ଘୋଷଣା କରିଛି । ମୟଙ୍କ ଯାଦବ ଏବଂ ଶିବମ ଦୁବେ ଟିମରେ ନାହାନ୍ତି । ଆହତ କାରଣରୁ ସେମାନଙ୍କୁ ଟିମରୁ ବାଦ ଦିଆଯାଇଛି । ବିସିସିଆଇ ନିଜ ବିଜ୍ଞପ୍ତିରେ କହିଛି ଯେ, ରିୟାନ ପରାଗଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇ ନାହିଁ ।  ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ୪୦ ବଲ୍‌ରୁ ଶତକ କରିଥିବା ସଞ୍ଜୁ ସାମସନ ଟି-୨୦ ଟିମ୍‌ରେ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି । 

ସେହିଭଳି ଅଭିଶେକ ଶର୍ମାଙ୍କୁ ମଧ୍ୟ ମୌକା ମିଳିଛି । ସେପଟେ ନୀତୀଶ ରେଡ୍ଡୀଙ୍କୁ ଟି-୨୦ ଦଳରେ ସାମିଲ କରାଯାଇନାହିଁ । କାରଣ ତାଙ୍କୁ ଭାରତ ବର୍ଡର-ଗାଭାସ୍କର ଟ୍ରଫି ଲାଗି ଅଷ୍ଟ୍ରେଲିଆ ନେବାକୁ ସ୍ଥିର କରିଛି । ବରୁଣ ଚକ୍ରବର୍ତ୍ତୀ ନିଜର ମିଷ୍ଟ୍ରି ବୋଲିଂ ପାଇଁ ବାଂଲାଦେଶ ବିପକ୍ଷରେ ୫ଟି ଓ୍ବିକେଟ ନେଇଥିଲେ, ତାଙ୍କୁ ଦଳରେ ସାମିଲ କରିଛି ବିସିସିଆଇ ।  ୟଶ ଦୟାଲ, ବିଜୟ କୁମାର ବିଶକ ଏବଂ ରମଣଦୀପ ସିଂହଙ୍କୁ ସ୍କ୍ବାଡ୍‌ରେ ସ୍ଥାନ ଦିଆଯାଇଛି । ସେମାନେ ଆଗାମୀ ଟି-୨୦ ସିରିଜ୍‌ରେ ଡେବ୍ୟୁ କରିପାରନ୍ତି । 

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ନଭେମ୍ବର ୮ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ନଭେମ୍ବର ୮ରେ ଡର୍ବାନରେ ଖେଳାଯିବ । ଦ୍ବିତୀୟ ମ୍ୟାଚ୍‌ ନଭେମ୍ବର ୧୦ରେ ଖେଳାଯିବାକୁ ଥିବା ବେଳେ ତୃତୀୟ ମ୍ୟାଚ୍‌ ନଭେମ୍ବର ୧୩ ଏବଂ ଚତୁର୍ଥ ମ୍ୟାଚ୍‌ ନଭେମ୍ବର ୧୫ରେ ଖେଳାଯିବ । 

ଟି-୨୦ ସିରିଜ୍‌ ଲାଗି ଭାରତୀୟ ଦଳ 

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ୍‌, ଅଭିଶେକ ଶର୍ମା, ରିଙ୍କୁ ସିଂ, ତୀଲକ ବର୍ମା, ଜୀତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବିଜୟ କୁମାର, ଆଭେଶ ଖାନ, ୟଶ ଦୟାଲ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.