ନୂଆଦିଲ୍ଲୀ,୧୧/୦୬: ଚତୁର୍ଥ ଜାତୀୟ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ପାଇଁ ୨୪ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ୫ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ଅରଇଜିତ ସିଂ ହୁଣ୍ଡାଲଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତୀୟ ହକି ଦଳ ।

ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଲିନରେ ଖେଳାଯିବ ଜୁନିୟର ଚତୁଃରାଷ୍ଟ୍ରୀୟ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ । ଏଥିରେ ଭାରତ, ଜର୍ମାନୀ, ସ୍ପେନ ଓ ଅଷ୍ଟ୍ରେଲିଆ ସାମିଲ ହେବେ । ହକି ଇଣ୍ଡିଆ ପକ୍ଷରୁ ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡ଼ିଶାରୁ ୫ ଜଣ ଖେଳାଳି ରହିଛନ୍ତି । 

ସେମାନେ ହେଲେ ଗୋଲକିପର ବିବେକ ଲାକ୍ରା, ବିକ୍ରମଜିତ୍ ସିଂହ । ଡିଫେଣ୍ଡର ଅନମୋଲ ଏକ୍କା, ଅମିର ଅଲି (ଉପଅଧିନାୟକ), ତାଲେମ୍ ପ୍ରିୟବ୍ରୋତ, ସର୍ଦାନନ୍ଦ ତିୱାରୀ, ସୁନୀଲ ପି ବି, ରୋହିତ, ରବନୀତ ସିଂହ ଓ ସୁଖବିନ୍ଦର । ମିଡଫିଲ୍ଡର ରୋଶନ କୁଜୁର, ରୋହିତ କୁଲୁ ଓ ଆଦ୍ରୋହିତ ଏକ୍କା । 

ଅରଇଜିତ ସିଂ ହୁଣ୍ଡାଲଙ୍କୁ ଦଳର ଅଧିନାୟକ ଓ ଅମିର ଅଲ୍ଲିଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଭାରତୀୟ ଦଳ ପାଇଁ ଜୁନିୟର ବିଶ୍ୱକପ୍‌ ପ୍ରସ୍ତୁତିରେ ସହାୟକ ହେବ । ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଜୁନିୟର ହକି ବିଶ୍ୱକପ୍‌ ଆୟୋଜିତ ହେବ ।