ନୂଆଦିଲ୍ଲୀ,୭/୨ : ଟି-୨୦ ବିଶ୍ବକପ ୨୦୨୬ରେ ଭାରତ ନିଜ ପ୍ରଥମ ମ୍ୟାଚ୍ ଆଜି ୟୁଏସଏ ବିପକ୍ଷରେ ଖେଳିବ । ଏହି ମ୍ୟାଚ୍ ମୁମ୍ବାଇର ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ୭ଟା ସମୟରେ ଆରମ୍ଭ ହେବ । ଭାରତ ଗତ ଚାମ୍ପିୟନ୍ସ ରୂପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଓହ୍ଲାଇବ । ମ୍ୟାଚ୍ ଆରମ୍ଭ ପୂର୍ବରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆକୁ ଗୁରୁମନ୍ତ୍ର ଦେଇଛନ୍ତି ।

ପ୍ରକାଶ ଯେ, ବିସିସିଆଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓରେ ସେୟାର କରିଛନ୍ତି କି, ଯେଉଁଥିରେ ସୂର୍ଯ୍ୟକୁମାର ଯାଦବ ନିଜ ବିଚାର ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । ସେ କହିଛନ୍ତି , ବିଶ୍ବକପରେ ଟିମ୍ ଇଣ୍ଡିଆର ଅଧିନାୟକତ୍ବ କରିବା ଉପରେ କିଭଳି ଅନୁଭବ ହେଉଛି ଏବଂ ସେ ବିଶ୍ବକପର ପ୍ରଥମ ମ୍ୟାଚ୍ ନିଜ ହୋମ୍ ଗ୍ରାଉଣ୍ଡ ତଥା ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ଖେଳବେ । ନିକଟରେ ସୂର୍ଯ୍ୟକୁମାର କହିଥିଲେ କି ତାଙ୍କୁ ଅଧିନାୟକରୁ ଅଧିକ ଲିଡର୍ ଭାବେ କୁହାଯିବାରୁ ଭଲ ଅନୁଭବ ହେଉଛି । ଏହା ଦେଖିବାକୁ ପଡ଼ିବ କି ବିଶ୍ବକପରେ ଟିମ୍ ଇଣ୍ଡିଆକୁ ନିଜ ଲିଡରଶିପରେ ଟ୍ରଫି ପର୍ଯ୍ୟନ୍ତ ନେଇପାରୁଛନ୍ତି କି ନାହିଁ।