ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । କିଛିଦିନ ହେବ ଭାରତ ଟେଷ୍ଟ ମ୍ୟାଚ ଖେଳିନଥିଲେ ସୁଦ୍ଧା ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାଙ୍କିଂରେ ଉପରକୁ ଉଠିଛି ଭାରତ । ବାର୍ଷିକ ରାଙ୍କିଂ ପ୍ରକାଶ ପାଇଥିବାବେଳେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଛି । ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ୧୦୪ ପଏଣ୍ଟ ସହ ଭାରତ ତୃତୀୟ ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ବଜାୟ ରଖିଛି । ଏକ ନମ୍ବରରେ ରହିଥିବା ଅଷ୍ଟ୍ରେଲିଆ ୧୩୧ ପଏଣ୍ଟ ହାସଲ କରିଛି ।
Australia reign supreme in ICC Men's Test Team and Women's ODI Team rankings in the annual update 🔝
— ICC (@ICC) May 1, 2026
Details 👇https://t.co/rWfD9x2wCW
ସେପଟେ ଦ୍ବିତୀୟ ସ୍ଥାନରେ ରହିଛି ଶକ୍ତିଶାଳି ଦକ୍ଷିଣଆଫ୍ରିକା । ୧୧୯ ପଏଣ୍ଟ ସହ ଏହି ଟିମ୍ ଦ୍ବିତୀୟ ସ୍ଥାନ ଅଧିକାର କରିଛି । ଭାରତ ତୃତୀୟ ସ୍ଥାନରେ ରହିଥିବାବେଳେ ମାତ୍ର ୨ ପଏଣ୍ଟ କମ ରହିଥିବା ଇଂଲଣ୍ଡ ୧୦୨ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ସେପଟେ ଭାରତ ନଭେମ୍ବର ୨୦୨୫ ମସିହାଠାରୁ କୌଣସି ଟେଷ୍ଟ ମ୍ୟାଚ ଖେଳିନାହିଁ । ଟି-୨୦ ବିଶ୍ବକପ ପରେ ଭାରତୀୟ ଖେଳାଳିମାନେ ଏବେ ଆଇପିଏଲରେ ବ୍ୟସ୍ତ ରହିଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟ ବହୁ ଟେଷ୍ଟ ସିରିଜ୍ ଅନୁଷ୍ଠିତ ହେବାକୁ ରହିଛି । ଯେଉଁଥିରେ ପୁଣି ସ୍ଥାନ ପରିବର୍ତ୍ତନ ହେବ ବୋଲି କୁହାଯାଉଛି ।
ଏହାସହ ପଢ଼ନ୍ତୁ : ପକ୍ସୋ ମାମଲାରେ ପୁଣି ଫଶିଲେ ସନୋଜ ମିଶ୍ରା, କହିଲେ ମୋତେ ମାରିଦିଅ...