ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚାମ୍ପିୟନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଓ୍ବାନଡେ ସିରିଜ ଲାଗି ଟିମ୍ ଇଣ୍ଡିଆର ଘୋଷଣା, ଜାଣନ୍ତୁ କିଏ ବାହାରେ କିଏ ଭିତରେ

Published By : Gurupada Nath | January 18, 2025 5:44 PM

ମୁମ୍ବାଇ, ୧୮/୧ : ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଶନିବାର ମୁମ୍ବାଇରେ ଇଂଲଣ୍ଡ ବିପକ୍ଷରେ ଆଗାମୀ ୩ମ୍ୟାଚର ଓ୍ବାନଡେ ସିରିଜ ଏବଂ ଆଗାମୀ ଚାମ୍ପିୟନ୍ସ ଟ୍ରଫି ଲାଗି ଭାରତୀୟ ଟିମର ଘୋଷଣା କରିଛନ୍ତି । ଚାମ୍ପିୟନ୍ସ ଟ୍ରଫି ଲାଗି ଶୁଭମନ ଗିଲଙ୍କୁ ଟିମ୍ ଇଣ୍ଡିଆର ଉପଅଧିନାୟକ କରାଯାଇଛି । ମୁମ୍ବାଇରେ ହୋଇଥିବା ପ୍ରେସ କନଫରେନ୍ସରେ ରୋହିତ ଶର୍ମା ଏବଂ ଅଜିତ ଅଗରକରଙ୍କ ବହୁ ଦିନ ଅପେକ୍ଷା ହୋଇଛି । ପ୍ରେସ କନଫରେନ୍ସ ଅପରାହ୍ନ ୧୨ଟା ୩୦ସମୟରେ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ଟିମର ଘୋଷଣା ୩ଟା ସମୟରେ ହୋଇଥିଲା ।

ଚାମ୍ପିୟନ୍ସ ଟ୍ରଫି ଲାଗି ଯେଉଁ ଭାରତୀୟ ଟିମର ଘୋଷଣା କରାଯାଇଛି, ସେଥିରେ ମହମ୍ମଦ ଶାମୀଙ୍କୁ ପୁଣି ଫେରାଯାଇଛି । ଯାହାକି ସିରାଜ ଏବଂ ସଞ୍ଜୁ ଟିମରେ ସ୍ଥାନ ପକ୍କା କରିପାରିନାହାନ୍ତି । ଏହା ବ୍ୟତୀତ ବିଜୟ ହଜାରେ ଟ୍ରଫିରେ ଶାନଦାର ପ୍ରଦର୍ଶନ କରିଥିବା କରୁଣ ନାୟରଙ୍କୁ ସୁଯୋଗ ମିଳିନାହିଁ । ନିଜ ଡେବ୍ୟୁ ପରେ ହିଁ ଟେଷ୍ଟରେ ଧମାକାଦାର ପ୍ରଦର୍ଶନ କରିଥିବା ୟଶସ୍ବୀ ଜୟସଓ୍ବାଲଙ୍କୁ ବି ଟିମରେ ସ୍ଥାନ ମିଳିଛି ।

ଜସପ୍ରୀତ ବୁମରାହ ଯାହାଙ୍କୁ ସିଡନୀ ଟେଷ୍ଟର ଶେଷ ଦିନରେ ଆଘାତ ଲାଗିଥିଲା ତାଙ୍କୁ ଇଂଲଣ୍ଡ ବିପକ୍ଷ ଓ୍ବାନଡେ ସିରିଜର ଆରମ୍ଭ ଦୁଇ ମ୍ୟାଚରୁ ବାହାରେ ରଖାଯାଇଛି । ବୁମରାହଙ୍କ ଫିଟନେଶକୁ ନେଇ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଶନିବାର କହିଛନ୍ତି କି, ଜସପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଓ୍ବାନଡେ ଲାଗି ଫିଟ୍ ହେବେ ନାହିଁ । ଯେଉଁ କାରଣରୁ ହର୍ଷିତ ରାଣାଙ୍କୁ ତାଙ୍କ ସ୍ଥାନରେ ନେବା ଲାଗି ବାଧ୍ୟ ହେବାକୁ ପଡ଼ିଲା । କାରଣ ମୁଖ୍ୟ ଦ୍ରୁତ ବୋଲର ମେଡ଼ିକାଲ ଟିମରୁ ଅପଡେଟର ଅପେକ୍ଷା କରୁଛନ୍ତି । ମାତ୍ର ଏହି ବେଜୋଡ଼ ଦ୍ରୁତ ବୋଲରଙ୍କୁ ଇଂଲଣ୍ଡ ବିପକ୍ଷରେ ୩ମ୍ୟାଚର ସିରିଜ ପରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଲାଗି ଟିମରେ ଚୟନ କରାଯାଇଛି । 

ଅଜିତ ଅଗରକର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହ ଏକ ପ୍ରେସ କନଫରେନ୍ସ ସମୟରେ କହିଛନ୍ତି କି ବୁମରାହଙ୍କୁ ୫ ସପ୍ତାହ ଲାଗି ବିଶ୍ରାମ ନେବାକୁ କୁହାଯାଇଛି ଏବଂ ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଓ୍ବାନଡେରେ  ଉପଲବ୍ଧ ହେବେ ନାହିଁ । ଆମେ ତାଙ୍କ ଫିଟନେସର ଅପେକ୍ଷା କରୁଛୁ ଏବଂ ମେଡ଼ିକାଲ ଟିମରୁ ଫେବୃଆରୀର ଆରମ୍ଭରେ ତାଙ୍କ ସ୍ଥିତି ବିଷୟରେ ଜଣାପଡ଼ିବ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.