ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରଣଜୀ ଖେଳିବେ ଟେଷ୍ଟ ଦଳ ସଦସ୍ୟ, ମୁମ୍ବାଇ ସହ ଅଭ୍ୟାସ କଲେ ରୋହିତ

Published By : Ankita S | January 15, 2025 12:03 PM

ମୁମ୍ବାଇ,୧୫/୧: ଘରୋଇ କ୍ରିକେଟକୁ ଫେରିବେ ଷ୍ଟାର କ୍ରିକେଟର । ରଣଜୀ ଖେଳିବେ ରୋହିତ ଶର୍ମା । ଖାଲି ରୋହିତ ନୁହଁନ୍ତି ବିରାଟ କୋହିଲ ଓ ଋଷବ ପନ୍ତ ମଧ୍ୟ ଆଗାମୀ ରଣଜୀ ଟ୍ରଫି ମ୍ୟାଚ ଖେଳିବା ଅନୁମାନ କରାଯାଉଛି ।  ଗତ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ତୀବ୍ର ସମାଲୋଚିତ ହୋଇଥିବା ଭାରତୀୟ ଖେଳାଳିମାନେ ଆଗାମୀ ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ ଖେଳିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ରଣଜୀ ଦଳ ସହ ଅଭ୍ୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । 

ସେହିପରି ଯଶସ୍ୱୀ ଜୈସ୍ୱାଲ ମଧ୍ୟ ପରବର୍ତ୍ତୀ ମ୍ୟାଚ୍‌ ଖେଳିବାକୁ ଚାହୁଁଥିବା ମୁମ୍ବାଇ କ୍ରିକେଟ୍‌ ଆସୋସିଏସନକୁ ଜଣାଇଛନ୍ତି । ଏପଟେ ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ଦିଲ୍ଲୀ ସମ୍ଭାବ୍ୟ ଦଳରେ ସ୍ଥାନ ମିଳିଛି । ଅନ୍ୟ କୌଣସି ଖେଳାଳିଙ୍କ ବିଷୟରେ ଖବର ମିଳି ନଥିଲେ ହେଁ ରୋହିତ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ ଦଳ ସହ ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । 

ଏହା ବି ପଢନ୍ତୁ...ଖୋ ଖୋ ବିଶ୍ବକପ; ବ୍ରାଜିଲକୁ ହରାଇଲା ପୁରୁଷ ଦଳ, ମହିଳା ଟିମଠୁ ହାରିଲା ଦକ୍ଷିଣ କୋରିଆ


ମୁଖ୍ୟତଃ ଥ୍ରୋ ଡାଉନ୍‌ରେ ସେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ୨୩ତାରିଖରୁ ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ ଆରମ୍ଭ ହେବ । ମୁମ୍ବାଇ ପରବର୍ତ୍ତୀ ମ୍ୟାଚ୍‌ରେ ଜାମ୍ମୁ ଓ କାଶ୍ମୀରକୁ ଭେଟିବ । ଏହି ମ୍ୟାଚ୍‌ ପାଇଁ ଚୂଡ଼ାନ୍ତ ମୁମ୍ବାଇ ଦଳ ଘୋଷଣା ହୋଇନାହିଁ । ରୋହିତ ସମ୍ମତି ପ୍ରକାଶ କଲେ ଦଳରେ ସ୍ଥାନ ପାଇବେ । ଦୀର୍ଘ ୯ ବର୍ଷ ପରେ ରୋହିତ ରଣଜୀ ଟ୍ରଫି ଖେଳିବାକୁ ଯାଉଛନ୍ତି । ଶେଷ ଥର ପାଇଁ ସେ ୨୦୧୫ରେ ଉତ୍ତରପ୍ରଦେଶ ବିପକ୍ଷରେ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିଥିଲେ । ସୂଚନାଯୋଗ୍ୟ, ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ପରାଜୟ ପରେ ସବୁ ସିନିୟର ଖେଳାଳିଙ୍କୁ ଘରୋଇ କ୍ରିକେଟ୍‌ ଖେଳିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଅଫ୍‌ ସିଜନରେ ଘରୋଇ କ୍ରିକେଟ୍‌ ଖେଳି ନିଜକୁ ପ୍ରସ୍ତୁତ ରଖିବାକୁ ଟିମ୍‌ ମ୍ୟାନେଜମେଣ୍ଟ ଓ ଚୟନ କମିଟି ନିର୍ଦ୍ଦେଶ ଦେଇଛି । ରୋହିତଙ୍କ ସମେତ ଶୁଭମନ ଗିଲ୍‌ ମଧ୍ୟ ରଣଜୀ ଟ୍ରଫି ଖେଳିବାକୁ ପ୍ରସ୍ତୁତ ହେଉଥିବା ଜଣା ପଡ଼ିଛି । ତେବେ ବିରାଟ କୋହଲିଙ୍କ ଖେଳିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.