ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅବସର ଘୋଷଣା କଲେ ଟିମ୍‌ ସାଉଦି, ଟେଷ୍ଟ ଚାମ୍ପିଅନସିପ୍‌ ଚକ୍ର ଶେଷ ହେବା ପରେ ବିଦାୟ ନେବେ

Published By : Prameya | November 16, 2024 1:40 PM

ୱେଲିଂଟନ,୧୬/୧୧: ନ୍ୟୁଜିଲାଣ୍ଡର ଭେଟେରାନ ପେସ୍‌ ବୋଲର ଟିମ୍‌ ସାଉଦି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା  କରିଛନ୍ତି । ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଚକ୍ର (୨୦୨୩- ୨୫) ଶେଷ ହେବା ସହ ସେ ଦୀର୍ଘ ୧୭ବର୍ଷର କ୍ୟାରିୟରରେ  ପୂର୍ଣ୍ଣଛେଦ ପକାଇବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଆସନ୍ତା ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ଖେଳି ସାଉଦି  ବିଦାୟୀ ନେଇପାରନ୍ତି । ଯଦି ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିଅନସିପ୍‌  ଫାଇନାଲ୍‌କୁ ଉନ୍ନୀତ ହୁଏ, ତା’ହେଲେ ସେ ଆସନ୍ତା ବର୍ଷ  ଫାଇନାଲ୍‌ (ଜୁନ ୧୧ରୁ ୧୫ତାରିଖ) ଖେଳି ଅବସର ନେବେ । 

ସାଉଦି ଅବସର ଘୋଷଣା କରି କହିଛନ୍ତି ଯେ, ଗତ  ଭାରତ ବିପକ୍ଷ ସିରିଜ ଶେଷ ହେବା ପରେ ମୁଁ ଅବସର  ଘୋଷଣା କରିବାର ଥିଲା । ମାତ୍ର ଦଳର ଟେଷ୍ଟ ଚାମ୍ପିଅନସିପ୍‌  ଫାଇନାଲ୍‌ ଖେଳିବା ସମ୍ଭାବନା ଥିବାରୁ ନିଷ୍ପତ୍ତି ବଦଳାଇଥିଲି ।  ଦୀର୍ଘ ୧୭ବର୍ଷ ଧରି ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରତିନିଧିତ୍ୱ କରିଥିବାରୁ  ଗର୍ବ ଅନୁଭବ କରୁଛି । ଏବେ ଅବସର ସମୟ ଆସିଯାଇଛି ।’  ସାଉଦି ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ  କରିଥିଲେ । ଏହାପରେ ସେ ଦଳର ସ୍ଥାୟୀ ସଦସ୍ୟ ରହି  ଆସିଥିଲେ । 

ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ସର୍ବାଧିକ ୱିକେଟ୍‌  ହାସଲକାରୀ ବୋଲର । ସେ ୩ଟି ଫର୍ମାଟକୁ ମିଶାଇ ମୋଟ  ୭୭୦ଟି ୱିକେଟ୍‌ ନେଇ ସାରିଛନ୍ତି । ଟେଷ୍ଟରେ ୧୦୪ଟି ମ୍ୟାଚ୍‌  ଖେଳି ୩୮୫ଟି ୱିକେଟ୍‌ ନେଇଥିବାବେଳେ ଦିନିକିଆରେ  ୧୬୧ ମ୍ୟାଚ୍‌ରୁ ୨୨୧ଟି ଏବଂ ଟି-ଟ୍ୱେଣ୍ଟିରେ ୧୨୬ ମ୍ୟାଚ୍‌ରୁ  ୧୬୪ଟି ୱିକେଟ୍‌ ହାସଲ କରିଛନ୍ତି । କ୍ୟାରିୟର ମଧ୍ୟରେ ସେ  ୪ଥର ଦିନିକିଆ ବିଶ୍ୱକପ୍‌, ୭ଥର ଟି-ଟ୍ୱେଣ୍ଟି ବିଶ୍ୱକପ୍‌, ୨ଥର  ଚାମ୍ପିଅନ୍ସ ଟ୍ରଫି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଖେଳିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.