ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଇତିହାସ ରଚିଲେ ରାମକେବଲ, ସ୍ୱାଧୀନତା ପରେ ବନିଲେ ଗାଁରୁ ହାଇସ୍କୁଲ ପାସ୍ କରିଥିବା ପ୍ରଥମ ଛାତ୍ର

Published By : Krishna Priya | May 6, 2025 10:56 AM

ଉତ୍ତରପ୍ରଦେଶ ୦୬/୦୫: ଉତ୍ତରପ୍ରଦେଶ, ବାରାବଙ୍କୀର ବନୀକୋଡର ବ୍ଲକ୍‌ ସ୍ଥିତ ନିଜାମପୁର ଗାଁରୁ ଏକ ଉତ୍ସାହଜନକ ଖବର ସାମ୍ନାକୁ ଆସିଛି । ଇତିହାସରେ ପ୍ରଥମ ଥର, ସ୍ୱାଧୀନତା ପରେ ଜଣେ ଛାତ୍ର ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୫ ବର୍ଷୀୟ ରାମକେବଲ ଏହି ବିରଳ ଉପଲବ୍ଧି ହାସଲ କରିଛନ୍ତି । ନିଜର ସଫଳତାକୁ ନେଇ ରାମକେବଲ କହିଛନ୍ତି, ଲୋକେ ଥଟ୍ଟା କରୁଥିଲେ ଯେ ମୁଁ ହାଇସ୍କୁଲ ପାସ୍‌ କରିପାରିବି ନାହିଁ । କିନ୍ତୁ ଦିନେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିବି ବୋଲି ମୁଁ ପଣ କରିଥିଲି । ନିଜାମପୁର ଗାଁରେ ପ୍ରାୟ ୪୦ ଘର ଅଛି ଏବଂ ଲୋକସଂଖ୍ୟା ପ୍ରାୟ ୩୦୦ । ଗାଁରେ ଜଣେ ବି ହାଇସ୍କୁଲ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି । କିନ୍ତୁ ରାମକେବଲ ହାଇସ୍କୁଲରେ ଅଧ୍ୟୟନ ସହିତ ତମାମ ଆର୍ଥିକ ସମସ୍ୟା ଓ ଲୋକଙ୍କ ନକାରାତ୍ମକ କଥା ସତ୍ତେ୍ୱ ବୋର୍ଡ ପାସ୍‌ କରିଛନ୍ତି । 

ରାମକେବଲ ଦିନରେ ବରଯାତ୍ରୀରେ ଲାଇଟ୍‌ ମୁଣ୍ଡାଇବାଠୁ ଆରମ୍ଭ କରି ମଜୁରି ଆଦି କରୁଥିଲେ । ଘର ଚଳାଇବାକୁ ଦିନକୁ ସେ ୨୫୦ରୁ ୩୦୦ ଟଙ୍କା ରୋଜଗାର କରୁଥିଲେ । ତାଙ୍କ ବାପା ଜଗଦୀଶ ବି ଜଣେ ମଜୁରିଆ ଓ ମା’ ପୁଷ୍ପା ଗାଁ ସ୍କୁଲରେ ରୋଷେଇ କରନ୍ତି । ମା’ କହିଛନ୍ତି, ମୁଁ ନିଜେ ପଞ୍ଚମ ପାସ୍‌ । କିନ୍ତୁ ପିଲାଙ୍କୁ ପଢ଼ାଇବାକୁ ଚାହୁଁଛି । ସେହିପରି ବାପା ଜଗଦୀଶ କହିଛନ୍ତି ‘ନିଜେ ପାଠ ପଢ଼ି ପାରିଲିନି । କିନ୍ତୁ ପୁଅକୁ ସର୍ବଦା ପଢ଼ିବାକୁ ପ୍ରେରିତ କରିଛି । ସେ ଅନେକ ସମୟରେ ମୋ ସହ ମଜୁରି ଖଟିବାକୁ ଯାଉଥିଲା । କିନ୍ତୁ ଫେରିବା ପରେ ନିଶ୍ଚୟ ପଢୁଥିଲା । ଶିକ୍ଷା ମାଧ୍ୟମରେ ପୁଅ ଭଲ ଭବିଷ୍ୟତ ପାଉ ବୋଲି ମୋର ଇଚ୍ଛା ।’ 

ରାମକେବଲଙ୍କ ପରିଶ୍ରମର କାହାଣୀ ଜିଲ୍ଲାରେ ପ୍ରସାର ହେବା ପରେ ଡିଏମ୍‌ ଶଶାଙ୍କ ତ୍ରିପାଠୀ ତାଙ୍କୁ ଓ ତାଙ୍କ ମା’ବାପାଙ୍କୁ ସମ୍ମାନିତ କଲେ । ରାମକେବଲଙ୍କ ପାଠପଢ଼ାର ପୂରା ଖର୍ଚ୍ଚ ବହନ କରିବାକୁ ବି ପ୍ରତିଶ୍ରୁତି ଦେଲେ । ସମାଜବାଦୀ ସରକାରର ପୂର୍ବତନ ମନ୍ତ୍ରୀ ଅରବିନ୍ଦ ସିଂହ ଗୋପ ରାମକେବଲଙ୍କ ଘରେ ପହଞ୍ଚି ତାଙ୍କୁ ଏକ ନୂଆ ସାଇକେଲ ଦେଇ ସମ୍ମାନିତ କରିଛନ୍ତି । ସେ କହିଛନ୍ତି, ରାମକେବଲ ପୂରା ଗାଁ ପାଇଁ ପ୍ରେରଣା । ରାମକେବଲଙ୍କର ଏହି ସଫଳତା ଗାଁର ଅନ୍ୟ ପିଲାଙ୍କ ମନରେ ଆଶାର ଆଲୋକ ଜଳାଇଛି । ଯେଉଁମାନେ ଏ ଥର ପରୀକ୍ଷାରେ ପାସ୍‌ ହୋଇନାହାନ୍ତି, ସେମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାମକେବଲ ଇଞ୍ଜିନିୟର ହେବାକୁ ସ୍ୱପ୍ନ ଦେଖୁଛନ୍ତି ।

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.