ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନୀତିଶଙ୍କୁ ତେଜସ୍ବୀଙ୍କ ଆଟାକ୍; କହିଲେ ସେ ପରିସ୍ଥିତିର ସିଏମ୍, ବିହାରବାସୀ ଚାହୁଁନାହାନ୍ତି...

Published By : Ankita S | February 28, 2025 12:47 PM

ପାଟନା,୨/୦୨: ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହାକୁ ନେଇ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ନୀତିଶ କୁମାରଙ୍କୁ ଜୋରଦାର ଆଟାକ୍ କରିଛନ୍ତି । ସେ କହିଛନ୍ତି ବିହାରବାସୀ 'ଖତରା ଗାଡି' ଚାହୁଁନାହାନ୍ତି । ବିହାର ଲୋକ ନାତିଶ କୁମାରଙ୍କୁ କେବେ ବି ମୁଖ୍ୟମନ୍ତ୍ରୀ ଭାବେ ଚାହୁଁନାହାନ୍ତି ।

ନୀତିଶଙ୍କୁ  ବାଣ ମାରି ତେଜସ୍ବୀ କହିଛନ୍ତି, ''ନୀତିଶ କୁମାର କେବଳ ପରିସ୍ଥିତିର ସିଏମ୍  । ବିହାର ଲୋକ ତାଙ୍କୁ କେବେ ଚାହୁଁନାହାନ୍ତି । ଆରଜେଡି ସବୁଠୁ ବଡ ଦଳ । ବିହାର ଜନତା ପରିବର୍ତ୍ତନ ଚାହୁଁଛନ୍ତି । ବିକଶିତ ବିହାର ଦେଖିବାକୁ ଚାହାନ୍ତି । ବିହାରକୁ ଆଗକୁ କେବଳ ବିହାରୀଙ୍କ ପୁଅ ନେବ । ଗୁଜୁରାଟୀ କି ଅନ୍ୟକେହି ନୁହେଁ । ପିଏମ୍ ମୋଦି ବିହାରକୁ କଣ ଦେଇଛନ୍ତି ? ବିହାରବାସୀ ନୀତିଶ କୁମାରଙ୍କୁ ରିଜେକ୍ଟ କରିଛନ୍ତି ।''

ଅଧିକ ପଢନ୍ତୁ...ନୀତିଶ କୁମାରଙ୍କୁ 'ଲାଡଲା' ସିଏମ୍ କହିଲେ ପିଏମ୍ ମୋଦି; ଆଉ ତା ପରେ...

ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ତେଜସ୍ବୀ କହିଛନ୍ତି, ''ଏହା ବିହାରର କ୍ୟାବିନେଟ ସମ୍ପ୍ରସାରଣ ନୁହେଁ ବିଜେପିର । ସମ୍ପୂର୍ଣ୍ଣ ହାଇଜ୍ୟାକ୍ ହୋଇଛି । ବିଜେପି ଜେଡିୟୁକୁ ଶେଷ କରିଦେବାକୁ ଚାହୁଁଛି । ଅଧିକାଂଶ ଜେଡିୟୁ ନେତା ଅଛନ୍ତି ହେଲେ ତାଙ୍କ ହୃଦୟ ବିଜେପିରେ । ବିଜେପି ତାଙ୍କୁ ଡୋମିନେଣ୍ଟ କରିବାକୁ ଚାହୁଁଛି । ଭାଜପା ଜେଡିୟୁକୁ ଖାଇବାକୁ ଚେଷ୍ଟା କରୁଛି ।''

ପ୍ରକାଶ ଥାଉ କି, ଚଳିତବର୍ଷ ବିହାରରେ ଅକ୍ଟୋବର-ନଭେମ୍ବରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାର ୭ ମାସ ପୂର୍ବରୁ ନୀତିଶଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି । ଗତ ୨୬ ତାରିଖରେ ୭ ବିଧାୟକ ମନ୍ତ୍ରୀ ପଦରେ ଶପଥ ନେଇଥିଲେ । ଏମାନେ ସମସ୍ତେ ବିଜେପିର । ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବାଧୀନ ଏନଡିଏ ସରକାରରେ ଏବେ ମୋଟ ମନ୍ତ୍ରୀ ସଂଖ୍ୟା ୩୬ରେ ପହଞ୍ଚିଛି । ୧୩ ମାସ ମଧ୍ୟରେ ତୃତୀୟ ଥର ପାଇଁ ବିବାହ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । 

ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳରେ ବିଜେପିର ସର୍ବାଧିକ ୨୧ ଜଣ ରହିଥିବା ବେଳେ ଜେଡିୟୁର ୧୩ଜଣ ରହିଛନ୍ତି । ବାକି ୨ ଜଣଙ୍କ ମଧ୍ୟରୁ ଜଣେ ହାମରୁ ଥିବା ଅନ୍ୟଜଣେ ସ୍ବାଧୀନ ବିଧାୟକ ରହିଛନ୍ତି । ବିହାରରେ ମୋଟ ୨୪୩ ଆସନ ରହିଛି । ଏନଡିଏ ପାଖରେ ସର୍ବାଧିକ ୧୩୧ ଆସନ ଅଛି । ସେଥିରୁ ୪୦ଟି ଆସନ ମିଥିଳାଞ୍ଚଳର । ଏହି ଅଞ୍ଚଳକୁ ଏନଡିଏ ଗଡ ବୋଲି କୁହାଯାଏ । ନୂଆ ମନ୍ତ୍ରୀ ଭାବେ ଶପଥ ନେଇଥିବା ୭ଜଣଙ୍କ ମଧ୍ୟରୁ ୪ଜଣ ମିଥିଳାଞ୍ଚଳର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.