ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ

Published By : Prameya | July 1, 2025 12:01 PM

ହାଇଦ୍ରାବାଦ,୦୧/୦୭:  ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲ୍ଲାରେ ଏକ  କେମିକାଲ ଫ୍ୟାକ୍ଟ୍ରିର ରିଆକ୍ଟର  ୟୁନିଟ୍‌ରେ ଭୟଙ୍କର ବିସ୍ଫୋରଣ ଘଟଣା। ମୃତ୍ୟୁ ସଂଖ୍ୟା ୩୮ କୁ ବୃଦ୍ଧି ପାଇଛି। ମଙ୍ଗଳବାର ଭଗ୍ନାଂଶ ତଳୁ ଏକାଧିକ  ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେ ବି  ଉଦ୍ଧାରକାରୀ ଟିମ୍ ବିସ୍ଫୋରଣ ସ୍ଥାନରୁ ଭଗ୍ନାବଶେଷ ସଫା କରିବା ଜାରି ରଖିଛନ୍ତି। ବିସ୍ପୋରଣ ମୋଟ ମୃତ୍ୟୁ ନେଇ ଜିଲ୍ଲା ଏସ୍‌ପି ପରିତୋଷ ପଙ୍କଜ ସୂଚନା ଦେଇଛନ୍ତି। 

ସୂଚନା ମୁତାବକ, ପାଶାମିଲାରମ  ଶିଳ୍ପାଞ୍ଚଳରେ ଥିବା ଫାର୍ମା କମ୍ପାନି ‘ସିଗାଚି  କେମିକାଲ୍ସ’ରେ ସୋମବାର ସକାଳ ପ୍ରାୟ  ୮.୧୫ରୁ ୯.୩୦ ମଧ୍ୟରେ ଏହି ବିସ୍ଫୋରଣ  ଘଟିଥିଲା । ସେତେବେଳେ କାରଖାନାରେ ପ୍ରାୟ  ୧୦୦ ଶ୍ରମିକ କାମ କରୁଥିଲେ । ରିଆକ୍ଟରରେ  ସାଙ୍ଘାତିକ ରାସାୟନିକ ପ୍ରତିକ୍ରିୟା ହେବା  ଯୋଗୁ ବିସ୍ଫୋରଣ ହୋଇଥିବା ଅନୁମାନ  କରାଯାଉଛି । ବିସ୍ଫୋରଣ ପରେ ସିଗାଚି  କେମିକାଲ୍ସ ପରିସରରେ ନିଆଁ ଲାଗିଯାଇଥିଲା ।  ଅଗ୍ନିଶମ ବିଭାଗର ୧୧ଟି ନିଆଁଲିଭା ଗାଡି଼  ଏହାକୁ ନିୟନ୍ତ୍ରଣ କରିଥିଲା । ଏନ୍‌ଡିଆରଏଫ୍‌,  ଏସ୍‌ଡିଆରଏଫ୍‌ ଓ ପୁଲିସ ମିଶି ଉଦ୍ଧାର  ଅଭିଯାନ ଚଳାଇଥିଲେ ।ବର୍ତ୍ତମାନ ସୁଦ୍ଧା କେମିକାଲ ଫ୍ୟାକ୍ଟ୍ରି ମୋଟି ୩୮ ଜଣ ମୃତ୍ୟୁ ଘଟିଛି। ଡିଏନ୍‌ ପଦ୍ଧତିରେ ୧୫ ମୃତ ଶ୍ରମିକଙ୍କୁ ଚିହ୍ନଟ କରାଯାଇଛି। ସୋମବାର ବିସ୍ଫୋରଣରେ ୧୩ ଜଣ ଶ୍ରମିକ ପ୍ରାଣ ହରାଇଥିଲେ। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।   

ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ବିସ୍ଫୋରଣ  ଏତେ ଶକ୍ତିଶାଳୀ ଥିଲା ଯେ ସେଠାରେ କାମ  କରୁଥିବା ଶ୍ରମିକମାନେ ପ୍ରାୟ ୧୦୦ ମିଟର  ଦୂରକୁ ଛିଟିକି ପଡି଼ଥିଲେ । ଏଥିଯୋଗୁ  ୩ ମହଲା ବିଶିଷ୍ଟ ପୂରା ରିଆକ୍ଟର ୟୁନିଟ୍‌  ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଓ ନିଆଁର  ଭୟାବହତାକୁ ଦେଖି ସେଠାରେ କାମ କରୁଥିବା  ଅନ୍ୟ ଶ୍ରମିକମାନେ ଜୀବନ ବିକଳରେ  କାରଖାନା ପରିସରରୁ ବାହାରକୁ ଦୌଡି଼ଥିଲେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.