ଭୁବନେଶ୍ୱର, ୩।୬ :  ଗ୍ରୀଷ୍ମ ଋତୁ ଛୁଟି ସମୟରେ ଟ୍ରେନ ଯାତ୍ରୀଙ୍କ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଜୁନ୍ ମାସରେ ୩୨ଟି ଟ୍ରେନ୍ (୧୬ ଯୋଡ଼ା) ଟ୍ରେନରେ ଅସ୍ଥାୟୀ ଭାବରେ ଅତିରିକ୍ତ କୋଚ୍ ସଂଯୋଗ କରୁଅଛି | ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆରାମଦାୟକ ଯାତ୍ରା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। 

ଅସ୍ଥାୟୀ ଭାବେ କୋଚ୍ ସଂଯୋଗ ହେଉଥିବା ପ୍ରମୁଖ ଟ୍ରେନ୍ :

12074/12073 ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ । ଜୁନ୍  ୧ ରୁ  ଜୁନ୍ ୩୦ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଗୋଟିଏ ଚେୟାର କାର କୋଚ୍ ସଂଯୋଗ କରାଯାଉଅଛି |

22823/22824 & 22811/22812 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ |  

0817/20818 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ସିଟି |  

20837/20838 ଭୁବନେଶ୍ୱର-ଜୁନାଗଡ଼ ରୋଡ୍-ଭୁବନେଶ୍ୱର ଏକ୍ସପ୍ରେସ୍ | 

12882/12881 ପୁରୀ-ଶାଲିମାର-ପୁରୀ ଗରିବ ରଥ ଏକ୍ସପ୍ରେସ |

22883/22884 ପୁରୀ-ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ |

12892/12891 ପୁରୀ-ବାଙ୍ଗିରିପୋସି-ପୁରୀ ଏକ୍ସପ୍ରେସ |

08439/08440 ପୁରୀ-ପାଟନା-ପୁରୀ ସ୍ୱତନ୍ତ୍ର |

20809/20810 ସମ୍ବଲପୁର-ନାନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ |

08311/08312 ସମ୍ବଲପୁର-ଇରୋଡ୍-ସମ୍ବଲପୁର ସ୍ୱତନ୍ତ୍ର ଏକ୍ସପ୍ରେସ୍ | 

58506/58505 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ପାସେଞ୍ଜର |

58501/58502 ବିଶାଖାପାଟନମ୍ - କିରାଣ୍ଡୁଲ - ବିଶାଖାପାଟନମ୍ ପାସେଞ୍ଜର |

08581/08582 ବିଶାଖାପାଟନମ୍ - ବେଙ୍ଗାଲୁରୁ - ବିଶାଖାପାଟନମ୍ ସ୍ପେଶାଲ୍ |

08547/08548 ବିଶାଖାପାଟନମ୍ - ତିରୁପତି -  ବିଶାଖାପାଟନମ୍ ସ୍ପେଶାଲ୍ |

08579/08580 ବିଶାଖାପାଟଣା–ଚେରଲାପାଲି-ବିଶାଖାପାଟଣା ସ୍ପେଶାଲ୍ | 

 ଏହି ଅସ୍ଥାୟୀ ଅତିରିକ୍ତ କୋଚ ସଂଯୋଗ ଗ୍ରୀଷ୍ମ ଛୁଟି ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ କେବଳ ଜୁନ୍ ପାଇଁ କାର୍ଯ୍ୟକାରୀ କରାଯାଉଛି | ଏହି ପଦକ୍ଷେପ ଦ୍ୱାରା ନୂଆଦିଲ୍ଲୀ, ହାଓଡ଼ା, ଯଶବନ୍ତପୁର, ପାଟନା, ତିରୁପତି, ବେଙ୍ଗାଲୁରୁ, ଜୁନାଗଡ଼ ରୋଡ଼ ଏବଂ କିରାଣ୍ଡୁଲ ଭଳି ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରି ବିଭିନ୍ନ ବର୍ଗରେ ଅତିରିକ୍ତ ବର୍ଥ ଯୋଗାଇ ଦିଆଯାଉଅଛି | ଯାତ୍ରୀମାନେ ଅତିରିକ୍ତ କୋଚ ସଂଯୋଗ ସମ୍ବନ୍ଧରେ ଏବଂ ସଂରକ୍ଷଣ ଉପଲବ୍ଧତା ପାଇଁ ରେଳବାଇ ୱେବସାଇଟ୍ କିମ୍ବା ନିକଟସ୍ଥ ରେଳବାଇ ଅନୁସନ୍ଧାନ କେନ୍ଦ୍ର ମାନଙ୍କରେ ସୂଚନା ପାଇବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି |