ପ୍ରମୂଖ ଖବର
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବଡ଼ବିଲ ଷ୍ଟେସନ ରୋଡ଼ରେ ଅଘଟଣ, ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଟେଣ୍ଟ କର୍ମଚାରୀଙ୍କ ଜୀବନ

Published By : Harapriya Sethi | October 30, 2024 1:38 PM

କେନ୍ଦୁଝର, ୩୦/୧୦:୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଟେଣ୍ଟ କର୍ମଚାରୀ ମୃତ । ମୃତକ ସରେଣ୍ଡା ଅଞ୍ଚଳର ଜଗମୋହନ ମୁଣ୍ଡାଙ୍କ ପୁଅ ନରେନ୍ଦ୍ର ମୁଣ୍ଡା ବୋଲି ଜଣାପଡ଼ିଛି । ସେ ବଡ଼ବିଲ ସ୍ଥିତ ମନିଷା ଟେଣ୍ଟ ହାଉସରେ କାମ କରୁଥିଲେ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଷ୍ଟେସନ ରୋଡ଼ରେ ଏଭଳି ଅଘଟଣ ଘଟିଛି । 

ସୂଚନା ମୁତାବକ, ନରେନ୍ଦ୍ର ମୁଣ୍ଡା ଦୀପାବଳି ପାଇଁ ବୁଧବାର ସକାଳେ ବଡ଼ବିଲ ଷ୍ଟେସନ ରୋଡ଼ ସ୍ଥିତ ଜଣେ ବ୍ୟକ୍ତିଙ୍କ ଘରେ ଲିଚୁ ଲାଇଟ୍ ଲଗାଉଥିବାବେଳେ ଏହି ଅଘଟଣ ଘଟିଥିଲା । ଅସାବଧାନତା କାରଣରୁ ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଏହି ଘଟଣା ସମ୍ପର୍କରେ ବଡ଼ବିଲ ପୋଲିସକୁ ଅବଗତ କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ବଡ଼ବିଲ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.