ନୂଆଦିଲ୍ଲୀ, ୧/୩ : ‘ତେରେନାମ’ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଅଭିନୀତ ଏହି ଫିଲ୍ମ ଦୁଇ ଦଶନ୍ଧି ପୂର୍ବେ ବେଶ ହିଟ୍ ହୋଇଥିଲା । ଏହାର ଗୀତ ଗୁଡ଼ିକ ଆଜି ମଧ୍ୟ ଲୋକେ ଗୁଣୁ ଗୁଣାଉଛନ୍ତି । ଏହି ଫିଲ୍ମ ଏବେ ପୁଣିଥରେ ରି-ରିଲିଜ୍ ହୋଇଛି । ପ୍ରଥମ ଦିନରେ ଏହି ଫିଲ୍ମ ୨୫ ଲକ୍ଷ ଟଙ୍କା ରୋଜଗାର କରିଥିବାବେଳେ ଦ୍ବିତିୟ ଦିନରେ ମଧ୍ୟ ୨୫ ଲକ୍ଷ ଟଙ୍କା ରୋଜଗାର କରିପାରିଛି । ଦୁଇଦିନରେ ମୋଟ ୫୦ ଲକ୍ଷ ଟଙ୍କାର ବ୍ୟବସାୟ କରିପାରିଛି । ତେବେ ଆଶା କରାଯାଉଛି କି, ପ୍ରଥମ ସପ୍ତାହରେ ଏହି ଫିଲ୍ମ ଏକ କୋଟି ଟଙ୍କାର ପାର କରିବ । ଏବେ ମଧ୍ୟ ଦର୍ଶକେ ଏହି ପୁରୁଣା ଫିଲ୍ମକୁ ଆଗ ଭଳି ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି ।

‘ତେରେନାମ’ ଫିଲ୍ମ ୨୦୦୩ ମସିହାରେ ରିଲିଜ୍ ହୋଇଥିଲା । ୧୦ କୋଟି ଟଙ୍କା ବ୍ୟୟରେ ଫିଲ୍ମ ନିର୍ମାଣ ହୋଇଥିଲା । ଏହି ଫିଲ୍ମ ସୁପରହିଟ୍ ହୋଇଥିଲା । ଏହାସହ ବ୍ୟବସାୟ ଦୃଷ୍ଟି କୋଣରୁ ମଧ୍ୟ ଭଲ ହୋଇଥିଲା । ୨୪.୫୪ କୋଟି ଟଙ୍କାର ରୋଜଗାର କରିଥିଲା । ସଲମାନ ଖାନଙ୍କ ଅଭିନୟକୁ ଦର୍ଶକେ ଏତେ ଭଲ ପାଇବା ଦେଇଥିଲେ କି, ସେହି ସମୟରେ ତାଙ୍କର ହେୟାର ଷ୍ଟାଇଲକୁ ପ୍ରାୟ ଅନୁସରଣ କରିଥିଲେ । ସେହି ସମୟରେ ଏହି ଷ୍ଟାଇଲ ମଧ୍ୟ ଅନେକ ଯୁବପୀଢ଼ୀମାନେ କରିଥିଲେ । ଦୁଃଖଦ ଲଭଷ୍ଟୋରୀ ଫିଲ୍ମଟି ସେହି ସମୟରେ ସମସ୍ତ ବର୍ଗର ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଥିଲା । ସବୁଠାରୁ ଏହି ଫିଲ୍ମର ଗୀତ ଗୁଡ଼ିକ ଅଧିକ ମନକୁ ଛୁଇଁଥିଲା । ମ୍ୟୁଜିକାଲ ହିଟ୍ ହୋଇଥିବା ସମସ୍ତ ଗୀତକୁ ଭଲ ପାଇବା ମିଳିଛି ।

ଏହାସହ ପଢ଼ନ୍ତୁ : ସ୍ତ୍ରୀ ଉପରେ ସନ୍ଦେହ, ମାରିଦେଲା ସ୍ବାମୀ