ନୂଆଦିଲ୍ଲୀ, ୧/୩ : ମନରେ ହେଲା ସନ୍ଦେହ । ପରପୁରୁଷ ସହ ସମ୍ପର୍କ ରଖୁଥିଲା ସ୍ତ୍ରୀ । ଜୀବନରୁ ମାରିଦେଲା ସ୍ବାମୀ । ୧୩ ବର୍ଷୀୟ ଝିଅ ଆଗରେ ମାରି ଦେଇଛି । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ଛାତିଥରା ଖରବ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିବାବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ଲକ୍ଷ୍ମୀପୁର ଖେରୀ ଜିଲ୍ଲାରୁ ଆସିଛି ଏଭଳି ଖବର । ଅଂଶୁଲ ନାମକ ବ୍ୟକ୍ତି ତାଙ୍କ ପତ୍ନୀ ଖୁସବୁଙ୍କ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଉଭୟ ପ୍ରେମ ବିବାହ କରିଥିବାବେଳେ ବେଶ ହସଖୁସିରେ ଚଳୁଥିଲେ । ସେମାନଙ୍କର ୩ ଜଣ ଛୁଆ ମଧ୍ୟ ଅଛନ୍ତି । ତେବେ ଅଂଶୁଲ ସବୁବେଳେ ମଦ୍ୟପାନ କରି ଘରକୁ ଆସୁଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ଲାଗୁଥିଲା ।
ସ୍ବାମୀଙ୍କ ଏଭଳି ସ୍ବଭାବ ପାଇଁ ଘରଛାଡ଼ି ବାପଘରେ ରହୁଥିଲେ ଖୁସବୁ । ତେବେ ସେଠାରେ ସେ ଅନ୍ୟ କାହା ସହ ସମ୍ପର୍କ ରଖୁଥିବା କହିଛନ୍ତି ଅଶୁଂଲ । ଯେଉଁ କାରଣରୁ ସେ ଶ୍ବଶୁର ଘରକୁ ଯାଇଥିଲେ । ସେଠାରେ ତାଙ୍କ ସହ ଝଗଡ଼ା ମଧ୍ୟ କରିଥିଲେ । ଏହି ଝଗଡ଼ା ଉଗ୍ରରୂପ ନେଇଥିବାବେଳେ ଛୁରୀରେ ତାଙ୍କ ବେକ କାଟି ଦେଇଥିଲେ । ଯାହା ତାଙ୍କ ଝିଅ ଦେଖିଥିବା କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି । ପୁଲିସ ଏହି ଘଟଣାର ତଦନ୍ତ କରୁଛି ।
ଏହାସହ ପଢ଼ନ୍ତୁ : ଡ୍ରିପେସନ ମେଡିସିନ୍ ଖାଇ ଶୋଉଥିଲେ ମାଲିକାଣୀ, ଖରାପ କାମ କରି ଧରା ପଡ଼ିଲା ଘରୋଇ ସହାୟକ