ମୁମ୍ବାଇ,୩/୩ : ‘ତେରେ ନାମ’ । ଏ ନାଁ ଶୁଣିଲେ ବଲିଉଡ଼ର ସଲୁ ଭାଇ ତଥା ସଲମାନ ଖାନଙ୍କ ଲୁକ୍ ନଜର ଆସିଥାଏ । ୨୦୦୩ରେ ଏହି ସିନେମା ପରଦାକୁ ଆସିଥିଲା । ଯାହା ସେତବେଳର ଯୁବପିଢୀଙ୍କୁ ବହୁ ପସନ୍ଦ ଆସିଥିଲା । ଆଜି ବି ସଲମାନଙ୍କ ସେଇ ଲୁକ୍ ଆଖି ଆଗରେ ନାଚି ଉଠେ । ଏହି କ୍ଲାସିକ୍ ସିନେମା ’ତେରେ ନାମ’ ୨୭ଫେବୃଆରୀ ୨୦୨୬ରେ ପୁଣି ଥରେ ଫିଲ୍ମ ହଲରେ ରି-ରିଲିଜ୍ ହୋଇଛି । ଫ୍ୟାନ୍ସଙ୍କ ଡିମାଣ୍ଡ ପରେ ନିଷ୍ପତ୍ତି ନିଆଯାଇଥିଲା । ରି-ରିଲିଜ୍ ପରେ ଫିଲ୍ମର ପ୍ରଥମ ଓ୍ବିକେଣ୍ଡ କିଭଳି ରହିଛି ଆସନ୍ତୁ ଜାଣିବା।
ସୂଚନା ମୁତାବକ ‘ତେରେ ନାମ’ ଫିଲ୍ମ ରିଲିଜର ପ୍ରଥମ ଦିନ ୨୦ଲକ୍ଷ ଟଙ୍କାର କଲେକ୍ସନ କରିଥିଲା । ସେହିଭଳି ଫିଲ୍ମ ରିଲିଜର ଦ୍ବିତୀୟ ଦିନ ତଥା ଶନିବାର ୨୮ଫେବୃଆରିରେ ଫିଲ୍ମ ୨୫ଲକ୍ଷ ଟଙ୍କାର କଲେକ୍ସନ କରିଥିଲା। ଏହି ଦୁଇ ଦିନର କଲେକ୍ସନ ମିଶାଇ ଫଇଲ୍ମ ଦୁଇ ଦିନରେ ୪୫ଲକ୍ଷ ଟଙ୍କା କଲେକ୍ସନ କରିନେଇଥିଲା । ସେହିଭଳି ରିଲିଜର ତୃତୀୟ ଦିନ ତଥା ରବିବାର ୩୦ଲକ୍ଷ ଟଙ୍କାର କଲେକ୍ସନ କରିଥିଲା । ତୃତୀୟ ଦିନର କଲେକ୍ସନ ମିଶାଇ ମୋଟ୍ ୩ଦନିରେ ପ୍ରାୟ ୭୫ଲକ୍ଷର କଲେକ୍ସନ କରିଛି ।
ସଲମାନ ଖାନ ଏବଂ ଭୂମିକା ଚାଓ୍ବଲା ଷ୍ଟାରର ଏହି ଫିଲ୍ମ ୨୦୦୩ରେ ଫିଲ୍ମ ହଲରେ ରିଲିଜ ହୋଇଥିଲା। ଏହି ଫିଲ୍ମ ସେହି ସମୟରେ ପ୍ରଥମ ତିନି ଦିନ ତଥା ପ୍ରଥମ ଓ୍ବିକେଣ୍ଡରେ ୧.୯କଲେକ୍ସନ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଯଦି ଆମେ ରି-ରିଲିଜ ସହ ଏହାକୁ ଦେଖିବା ତେବେ ବହୁ ଅଧିକ ରହିଛି । ପ୍ରକାଶ ଯେ, ଫିଲ୍ମ ଯେତେବେଳେ ନିର୍ମାଣ ହୋଇଥିଲା ସେତେବେଳେ ୧୦କୋଟି ଟଙ୍କର ବଜେଟରେ ନିର୍ମାଣ ହୋଇଥିଲା । ଫିଲ୍ମ ସେହି ସମୟରେ ଓ୍ବାର୍ଲ୍ଡଓ୍ବାଇଡ ପ୍ରାୟ ୨୪.୫୪କୋଟି ଟଙ୍କାର କଲେକ୍ସନ କରି ନେଇଥିଲା।