ସିଂହପୁର, ୧୬/୦୧ : ଯାଜପୁର ଜିଲ୍ଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ସିଂହପୁର ବଜାରରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ୩ ଦୋକାନ। ଗୁରୁବାର ରାତି ପ୍ରାୟ ସାଢେ ୧୨ଟା ବେଳେ ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୫ ଲକ୍ଷ ଟଙ୍କାର ଜିନିଷପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି।

ସୂଚନାନୁଯାୟୀ, ଗୁରୁବାର ରାତିରେ ସିଂହପୁର ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ରାଜିବ ବେଉରିଆ ଙ୍କ ଚା ଓ କ୍ଷୀର ଦୋକାନ, ସୁରେଶ ଜେନାଙ୍କ ଭେରାଇଟି ଷ୍ଟୋର ଓ ଗୌତମ ବାରିକଙ୍କ ପାର୍ଲରରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ଚାରିଆଡ଼େ ନିଆଁ ବ୍ୟାପି ଯାଇଥିଲା। ଫଳରେ ୩ଟି ଦୋକାନରେ ଥିବା ପ୍ରାୟ ୫ ଲକ୍ଷ ଟଙ୍କାର ଜିନିଷପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଏହି ଖବରଟିକୁ ପଢନ୍ତୁ- ଚାକିରି ଆଶାୟୀ ସରକାରୀ ଚାକିରିଆଙ୍କୁ ଆଶ୍ବସ୍ତି: ଆଉ ବାରମ୍ବାର ମାଗିବାକୁ ପଡ଼ିବନି NOC