ପ୍ରମୂଖ ଖବର
  • ପୁଣି ଶ୍ରୀମନ୍ଦିର ଭିତରୁ ଯୁବକଙ୍କ ଠାରୁ ହିଡେନ କ୍ୟାମେରା ଜବତ
  • ||
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ନିଶ୍ଚିନ୍ତକୋଇଲିରେ ଲୁଟେରାଙ୍କ ଆତଙ୍କ; ଅଳଙ୍କାର ଦୋକାନ ମାଲିକଙ୍କୁ ମାଡ଼ ମାରି ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍

Published By : Bijay Swain | August 4, 2025 11:29 PM

ନିଶ୍ଚିନ୍ତକୋଇଲି: ମାତିଲେ ଲୁଟେରା। ସିରିଜ ବୋମାମାଡ଼ କରିବା ସହ ଅଳଙ୍କାର ଦୋକାନ ମାଲିକଙ୍କୁ ମାଡ଼ ମାରି ଲୁଟ୍ କଲେ । ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ୱର ବଜାର ରାସ୍ତାରେ। ଦୁଇ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ବୋମାମାଡ଼ କରିବା ସହ ଏକ ଜୁଏଲାରୀ ମାଲିକଙ୍କୁ ଆକ୍ରମଣ କରି ଲୁଟ କରିଛନ୍ତି। 

ସୂଚନା ଅନୁଯାୟୀ, ଲୁଟର ଶିକାର ହୋଇଥିବା ମହାବୀର ଜୁଏଲର୍ସର ମାଲିକ ନିରଞ୍ଜନ ସାହୁ ନିଜ ଅଳଙ୍କାର ଦୋକାନ ବନ୍ଦ କରି ଫେରୁଥିଲେ। ତାଙ୍କ ପାଖରେ ଗୋଟିଏ ବ୍ୟାଗରେ କିଛି ସୁନା ଅଳଙ୍କାର ଓ ଦୋକାନ ଚାବି ରହିଥିଲା। ହେଲେ ଅସୁରେଶ୍ବର ବଜାର ନିକଟରେ ୨ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ପାଖରେ ଥିବା ବ୍ୟାଗକୁ ଛଡ଼ାଇନେଇ ଫେରାର ମାରିଥିଲେ। 

ଦୁର୍ବୃତ୍ତଙ୍କ ଆକ୍ରମଣରେ ନିରଞ୍ଜନ ଆହତ ହୋଇଥିବାବେଳେ ବ୍ୟାଗରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଥିବା ନେଇ ସୂଚନା ଦେଇଛନ୍ତି ଦୋକାନ ମାଲିକ । ସେପଟେ ବାରମ୍ବାର ଏହି ଅସୁରେଶ୍ୱର ବଜାରରେ ସୁନା ଦୋକାନ ମାଲିକଙ୍କୁ ଲୁଟ୍ କରାଯାଉଛି। ଫଳରେ ଅନେକ ଦିନରୁ ଅସୁରେଶ୍ୱର ଅଂଚଳରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ବ୍ୟବସାୟୀ ସଂଘ ଏବଂ ଅଂଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ଏଯାବତ୍ ତାହା ହୋଇ ପାରିନଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ଅସୁରେଶ୍ୱର ପଞ୍ଚାୟତ ଠାରୁ ନିଶ୍ଚିନ୍ତକୋଇଲି ଥାନା ପ୍ରାୟ ୧୨ରୁ ୧୫ କିଲୋମିଟର ଦୂର ହୋଇଥିବାରୁ ଦୁର୍ବୁତ୍ତମାନେ ଏଠାରେ ଅପରାଧ ଘଟାଇ ସହଜରେ ଖସି ଯାଉଛନ୍ତି। ତେବେ ଘଟଣା ପରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.