ଅନୁଗୁଳ,୩୦/୦୫: ଲୁଟେରାଙ୍କ ଆତଙ୍କ ରାଜ୍। ଶୁକ୍ରବାର ସକାଳେ ଅନୁଗୁଳ ସହର ଉପକଣ୍ଠ ମୁଷାପାପୁଲି ଠାରେ ବଡ଼ ଧରଣର ଲୁଟ୍ ହୋଇଛି। ୮ରୁ ୧୦ ଜଣ ଦୁର୍ବୃତ୍ତ ଏକ ପର୍ଯ୍ୟଟକ ଦଳଙ୍କୁ ମାଡ଼ ମାରି ସେମାନଙ୍କ ଠାରୁ ସୁନା ଚେନ୍, ମୁଦି, ମୋବାଇଲ୍ ଲୁଟି ନେଇଛନ୍ତି । ଲୁଟେରା ଏକ ବୋଲେରୋରେ ଅପହରଣ କରି ନେଇ ତେରଜଙ୍ଗ ଡ୍ୟାମ୍ଠାରେ ନିର୍ଘାତ ପିଟିଥିବା ବେଳେ ପୁଲିସ୍ ପହଞ୍ଚି ଉଦ୍ଧାର କରିଛି । ଲୁଟ୍ର ଶିକାର ହୋଇଥିବା ଯୁବକମାନେ ହେଲେ, କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ସୁବୁନ୍ କୁମାର ନାୟକ(୩୪), ବିନୋଦ ସେଠୀ(୩୨), ଚିନ୍ମୟ ଦାଶ(୨୬), ସରୋଜ ଜେନା(୨୮) ଓ ଦେବାଶିଷ ବିଶ୍ୱାଳ(୩୮)।
ସୂୂଚନା ମୁତାବକ, ୫ ଜଣ ଯୁବକ ଶୁକ୍ରବାର ଭୋରରୁ ଏକ ବୋଲେରୋ ଯୋଗେ ସମ୍ବଲପୁରକୁ ବୁଲିବାକୁ ଯାଉଥିଲେ । ମାତ୍ର ଅନୁଗୁଳ ସହର ଉପକଣ୍ଠ ମୁଷାପାପୁଲି ଠାରେ ଲୁଟ୍ର ଶିକାର ହୋଇଛନ୍ତି । ୧୦ ଜଣ ଲୁଟେରା ପର୍ଯ୍ୟଟକ ଦଳଙ୍କୁ ମାଡ଼ ମାରି ସେମାନଙ୍କ ଠାରୁ ସୁନା ଚେନ୍, ମୁଦି, ମୋବାଇଲ୍ ଲୁଟି ନେଇଥିଲେ । ଲୁଟେରା ଏକ ବୋଲେରୋରେ ଅପହରଣ କରି ନେଇ ତେରଜଙ୍ଗ ଡ୍ୟାମ୍ଠାରେ ନିର୍ଘାତ ପିଟିଥିବା ବେଳେ ପୁଲିସ୍ ପହଞ୍ଚି ଉଦ୍ଧାର କରିଛି । ପୁଲିସ୍ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି। ଘଟଣା ସ୍ଥଳରେ ପୁଲିସ୍ର ଏକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି ।