ନୂଆଦିଲ୍ଲୀ,୨୭/୦୫: ଆମେ କଣ୍ଟାକୁ କାଢିକି ହିଁ ରହିବୁ । ଇଟାର ଜବାବ୍ ପଥରରେ ଦେବୁ । ଭାରତ ବୀର ଯବାନଙ୍କ ମାଟି । ସେମାନେ (ପାକିସ୍ତାନ) ଜାଣିଛନ୍ତି ଯୁଦ୍ଧରେ ଜିତିବେ ନାହିଁ । ଆମେ କାହା ସହିତ ଶତ୍ରୁତା କରିବାକୁ ଚାହୁଁନା । ଦେଶର ବିକାଶ ଓ ପ୍ରଗତି ଚାହୁଁ । ବିପଦରେ ଅନ୍ୟକୁ ସାହାଯ୍ୟ କରୁ । ପ୍ରତିଟି ଆକ୍ରମଣର ଜବାବ ମିଳିବ । ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଗାନ୍ଧୀ ନଗରରୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
'କଣ୍ଟାକୁ କାଢିକି ହିଁ ରହିବୁ'- ଗାନ୍ଧୀ ନଗରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପାକିସ୍ତାନ ଉପରେ ପର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଛନ୍ତି । ୧୯୪୭ରେ ଦେଶ ୩ ଖଣ୍ଡ ହେଲା ବେଳେ ପ୍ରଥମ ଆତଙ୍କୀ ହମଲା ହୋଇଥିଲା । ପାକିସ୍ତାନ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ବ୍ୟବହାର କରି ମା' ଭାରତୀର ଏକ ଅଂଶକୁ କବଜା କରିଥିଲା । ସର୍ଦ୍ଦାର ପଟେଲଙ୍କ ଇଚ୍ଛା ଥିଲା ଯେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ପିଓକେ ପାଇନାହୁଁ ଆମ ସଶସ୍ତ୍ର ବାହିନୀ ଆଗକୁ ବଢିବା ବନ୍ଦ ନ କରନ୍ତୁ । କିନ୍ତୁ ତାଙ୍କ କଥା କେହି ଶୁଣି ନଥିଲେ । ଗତ ୭୫ ବର୍ଷ ହେଲା ଆମେ ଭୋଗୁଛୁ । ପହଲଗାମ ମଧ୍ୟ ଏହି ଆତଙ୍କୀ କାର୍ଯ୍ୟର ଉଦାହରଣ ବୋଲି କହିଛନ୍ତି ପିଏମ୍ ମୋଦି ।
#WATCH | Gandhinagar: Prime Minister Narendra Modi says "I want to tell the new generation how our country was ruined. If you study the 1960 Indus Waters Treaty, you'll be shocked. It was decided that the dams built on the rivers of Jammu and Kashmir would not be cleaned.… pic.twitter.com/eoNwEB6dtL
— ANI (@ANI) May 27, 2025
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,''ପାକିସ୍ତାନକୁ ଆମେ ଯୁଦ୍ଧରେ ୩ ଥର ହରାଇଛୁ । ଶରୀର ଯେତେ ସୁସ୍ଥ ଥାଉ ଗୋଟିଏ କଣ୍ଟା ଫୁଟିଗଲେ ଶରୀରକୁ କଷ୍ଟ ହୁଏ । ତେଣୁ ଆମେ କଣ୍ଟାକୁ କାଢିକି ହିଁ ରହିବୁ । ଇଟାର ଜବାବ୍ ପଥରରେ ଦେବୁ । ଭାରତ ବୀର ଯବାନଙ୍କ ମାଟି । ସେମାନେ (ପାକିସ୍ତାନ) ଜାଣିଛନ୍ତି ଯୁଦ୍ଧରେ ଜିତିବେ ନାହିଁ । ୧୯୬୦ ସିନ୍ଧୁ ଜଳ ଚୁକ୍ତି ପଢିଲେ ଆଶ୍ଚର୍ଯ୍ୟ ହେବେ । ତଳ ଡ୍ୟାମ ଗୁଡିକ ବନ୍ଦ କରିଦିଆଯାଇଥିଲା । ଜମ୍ମୁ ନଦୀ ଉପରେ ନିର୍ମିତ ଡ୍ୟାମ ସଫା କରାଯିବନି ବୋଲି ନିଷ୍ପତ୍ତି ହୋଇଥିଲା । ୬୦ ବର୍ଷ ହେବ ଗେଟ୍ ଗୁଡିକ ଖୋଲା ଯାଇନଥିଲା । ଡ୍ୟାମ ସଫା ପାଇଁ ଛୋଟ ଡ୍ୟାମ ଖୋଲିଛୁ ଫଳରେ ପାକିସ୍ତାନରେ ବନ୍ୟା ଆସିଛି । ବିଦେଶୀ ସାମଗ୍ରୀ ବ୍ୟବହାର ବନ୍ଦ କଲେ ହିଁ ଅପରେସନ୍ ସିନ୍ଦୂର ସଫଳ ହେବ ।''
ଆତଙ୍କୀ କାର୍ଯ୍ୟକଳାପ ପ୍ରକ୍ସି ୱାର ନୁହେଁ- ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଥିଲୁ । ସବୁକୁ କ୍ୟାମେରାରେ କଏଦ କରିଥିଲୁ । କାରଣ ଯେପରି କେହି ଆମକୁ ପ୍ରମାଣ ନମାଗୁ । କାରଣ ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାରଷ୍ଟ୍ରାଇକର ପ୍ରମାଣ ସରକାରଙ୍କୁ ମାଗିଥିଲେ । ଏଥର କ୍ୟାମେରା ବ୍ୟବସ୍ଥା କରିଥିଲୁ । ୨୨ ମିନିଟରେ ଆତଙ୍କୀ ଠିକଣାକୁ ଧ୍ୱଂସ କରିଦେଇଥିଲୁ । ଆତଙ୍କୀ କାର୍ଯ୍ୟକଳାପ କେବଳ ପ୍ରକ୍ସି ୱାର ନୁହେଁ । ମେ ୬ ପରେ ଯେଉଁ ଦୃଶ୍ୟ ଦେଖିଥିଲୁ ଏହାପରେ ଆଉ ଏହାକୁ ପ୍ରକ୍ସି ୱାର କହିପାରିବା ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।