ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସୁନ୍ଦରବନୀରେ ସେନା ଗାଡିକୁ ଆତଙ୍କୀ ହମଲା, ହାଇଆଲର୍ଟ ଜାରି

Published By : Ankita S | February 26, 2025 2:36 PM

ଶ୍ରୀନଗର,୨୬/୦୨: ସୀମାରୁ ଆସିଲା ବଡ ଖବର । ସେନା ଗାଡିକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଜମ୍ମୁକାଶ୍ମୀରର ରୌଜରୀ ସୁନ୍ଦରବନୀ ଅଞ୍ଚଳରେ ଯବାନଙ୍କ ଗାଡି ଉପରକୁ ଆତଙ୍କୀ ଆକ୍ରମଣ ହୋଇଛି । ସେନା ଗାଡିକୁ ୪ରୁ୫ ରାଉଣ୍ଡ ଗୁଳି ମାରି ଚମ୍ପଟ ମାରିଛନ୍ତି ଆତଙ୍କୀ । ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷାବଳ ।

ସୁନ୍ଦରବନୀରେ ସର୍ଚ୍ଚ ଅପରେସନ- ଜମ୍ମୁ କାଶ୍ମୀର ରୌଜରୀ ଜିଲ୍ଲୀ ସୁନ୍ଦରବନୀରେରେ ସେନା ଗାଡି ଉପରେ ଆତଙ୍କୀ ହମଲା ହୋଇଛି । ସମୟ ପାଖାପାଖି ୧ଟା ବେଳେ ସେନା ଗାଡି ଯାଉଥିବା ସମୟରେ ଛକି ବସିଥିବା ଆତଙ୍କୀ ଫାୟାରିଂ କରିଥିଲେ । ଏଲଓସି ନିକଟ ଜଙ୍ଗଲରେ ଲୁଚିଥିବା ଆତଙ୍କୀ ସେନା ଗାଡିକୁ ୪ରୁ ୫ ରାଉଣ୍ଡ ଫାୟାରିଂ କରିଛନ୍ତି । ସୌଭାଗ୍ୟବସତଃ ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷାବଳ । ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି ।

ଅଧିକ ପଢନ୍ତୁ...ନିର୍ବନ୍ଧ ସରିଥିଲା, ବାକିଥିଲା ବାହାଘର; ସହିଦ ହେଲେ ଯବାନ

Locରେ ହେଉଥିବା ଘଟଣାକୁ ନେଇ ଚିନ୍ତା- ପାକିସ୍ତାନ ନିୟନ୍ତ୍ରଣ ରେଖା ଉପରେ ଚାପ ପକାଇବାକୁ ଲଗାତାର ଭାବେ ଷଡଯନ୍ତ୍ର କରୁଛି । ଏଲଓସିରେ ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ପାକ୍ । ଏଲଓସିରେ ବାରମ୍ବାର ଏପରି ଘଟଣା ଘଟିବା ଚିନ୍ତାର କାରଣ ହୋଇଛି । ଭାରତୀୟ ସେନା ଏଲଓସି ଉପରେ ନଜର ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.