ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଡିଜିପି ସମ୍ମିଳନୀରେ ଆତଙ୍କୀ ଆକ୍ରମଣ ଧମକ, ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକଙ୍କୁ ଆସିଲା ଧମକପୂର୍ଣ୍ଣ ମେଲ୍

Published By : Rasmita Pradhan | November 30, 2024 11:14 AM

ଭୁବନେଶ୍ଵର, ୩୦/୧୧ : ଡିଜିପି ସମ୍ମିଳନୀରେ ଆତଙ୍କୀ ଆକ୍ରମଣ ପାଇଁ ଧମକ। ଗୁରୁପତୱନ୍ତ ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକଙ୍କୁ ଆସିଲା ଧମକପୂର୍ଣ୍ଣ ମେଲ୍। ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁ ନାଁରେ ଆସିଛି ଧମକ। ଭୁବନେଶ୍ଵର ବିମାନ ବନ୍ଦରକୁ କରାଯାଇଛି ଟାର୍ଗେଟ୍। ମେଲ୍‌ରେ ରହିଛି ଡିଜିପି ସମ୍ମିଳନୀ ଭଣ୍ଡୁର ଚେତାବନୀ ଅଡ଼ିଓ। ଆକ୍ରମଣ ଧମକ ମିଳିବା ପରେ କମିଶନରେଟ୍ ପୋଲିସର ବଢିଲା ଟେନସନ୍। ଭୁବନେଶ୍ୱରକୁ ଆସିଲେ ଅତିରିକ୍ତ ଫୋର୍ସ।  

ଭୁବନେଶ୍ଵରରେ ୩ ଦିନିଆ ଡିଜିପି ସମ୍ମିଳନୀ ଚାଲିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଏନଏସଏ ଅଜିତ ଡୋଭାଲ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ଡିଜିପି ସମ୍ମିଳନୀର ଦ୍ଵିତୀୟ ଦିନରେ ଲୋକସେବା ଭବନରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏହାରି ମଧ୍ୟରେ ଖଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ପନ୍ନୁ ନାଁରେ ଜଣେ ଓଡ଼ିଆ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍ ଆସିଛି। ଏହି ମେଲ୍‌ରେ ଆସନ୍ତାକାଲି ଆକ୍ରମଣ ପାଇଁ ଅଡିଓ ଜାରି କରାଯାଇଛି। ଏହି ଅଡିଓରେ ଭୁବନେଶ୍ଵର ବିମାନବନ୍ଦରକୁ ଟାର୍ଗେଟ୍ କରାଯାଇଛି। ଆସନ୍ତାକାଲି ଭୁବନେଶ୍ଵର ବିମାନ ବନ୍ଦରରୁ ଓଡ଼ାଣ ନଭରିବାକୁ ଚେତାବନୀ ଦିଆଯାଇଛି। ଡିଜିପି ସମ୍ମିଳନୀ ଭଣ୍ଡୁର କରିବାକୁ କୁହାଯାଇଛି। ଏହା ସହ ଖଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷର ପୁରସ୍କାର ରାଶି ଦିଆଯିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ଏନେଇ ଉକ୍ତ ସାମ୍ବାଦିକ ଡିଜିପିଙ୍କୁ ଜଣାଇଛନ୍ତି। ଥାନାରେ ଅଭିଯୋଗ କରିବେ ବୋଲି ମଧ୍ୟ କହିଛନ୍ତି। ସେପଟେ ଆତଙ୍କବାଦୀ ଧମକ ଆସିଲା ପରେ କମିଶନରେଟ୍ ପୋଲିସର ଟେନସନ୍ ବଢିଛି। ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି। ଅତିରିକ୍ତ ଫୋର୍ସ ନିୟୋଜିତ କରାଯାଇଛି। ସମସ୍ତ ଫୋନ କଲ ଉପରେ ନଜର ରଖାଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.