ଶ୍ରୀନଗର,୦୮/୧୧: ସୀମାରେ ପୁଣି ଫୁଟିଲା ଗୁଳି । ସେନାକୁ ମିଳିଛି ବଡ଼ ସଫଳତା । ଜମ୍ମୁ କାଶ୍ମୀର ବାରମୁଲ୍ଲା ଏନକାଉଣ୍ଟରରେ ଜଣେ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳୟ । ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାନୁଯାୟୀ, ଆଜି ସକାଳୁ ସକାଳୁ ବାରମୁଲ୍ଲା, ସୋପୋର ଓ ରାମପୁରାରେ ଭାରତୀୟ ସେନା ସର୍ଚ୍ଚ ଅପରେସେନ ଚଳାଇଥିଲା । ଆତଙ୍କୀ ଲୁଚିଥିବା ଗୁଇନ୍ଦା ପକ୍ଷରୁ ସୂଚନା ପାଇବା ପରେ ମିଶନରେ ବାହାରିଥିଲେ ସୁରକ୍ଷା ବଳୟ । ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ଫଳରେ ସେନା ଏହାର ପ୍ରତି ଜବାବ ଦେଇଥିଲା । ଏନକାଉଣ୍ଟରରେ ଜଣେ ଆତଙ୍କୀକୁ ନିପାତ କରିଛି ଭାରତୀୟ ସେନା । ଏହା ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କାଶ୍ମୀର ପୋଲିସ ଏ ନେଇ ସୂଚନା ଦେଇଛି । 

ପ୍ରକାଶ ଥାଉକି, ଗତ ୮ ତାରିଖରେ ସୋପୋରରେ ଏକ ଏନକାଉଣ୍ଟର ହୋଇଥିଲା । ଏଥିରେ ୨ ଆତଙ୍କୀକୁ ନିପାତ କରିଥିଲା ଭାରତୀୟ ସେନା । ନିକଟରେ ୨ ଗ୍ରାମରକ୍ଷୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଏହା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆହୁରି କଡାକଡି କରିଥିଲା । ଅକ୍ଟୋବର ୨୯ରୁ ନଭେମ୍ବର ୮ ତାରିଖ ମଧ୍ୟରେ ମୋଟ ୭ ଥର ଏନକାଉଣ୍ଟର ହୋଇଛି । ଏଥିରେ ୯ ଆତଙ୍କୀକୁ ନିପାତ କରିଛି ସେନା ।